ରାଣୀ ପଣ୍ଡା ଅଟକ, ଜାଣନ୍ତୁ କାହିଁକି
ରାଣୀ ପଣ୍ଡା ଅଟକ, ଜାଣନ୍ତୁ କାହିଁକି
ଆଠଗଡ଼: କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କାର୍ ଦୁର୍ଘଟଣା ଗସ୍ତ ହୋଇଛି। ଏକ ବାଇକ୍ ସହ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରାଣୀ ପଣ୍ଡା ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ଡାଳଖାଇ ଛକ ନିକଟରେ ତାଙ୍କ କାର୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍ ଆରୋହୀ ସୁକାନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାର ଓ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି ।




admin 