ରାଜ୍ୟରେ ୨୪ ଘଣ୍ଟାରେ ୧୯ କରୋନା ମୃତ୍ୟୁ

ରାଜ୍ୟରେ ୨୪ ଘଣ୍ଟାରେ ୧୯ କରୋନା ମୃତ୍ୟୁ

ରାଜ୍ୟରେ ୨୪ ଘଣ୍ଟାରେ ୧୯ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩, ୪୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୧୯ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

 

ଅଡିଟ୍ ପ୍ରୋସେସରେ ଆଉ ୧୯ଜଣଙ୍କ ମୃତୁ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ, ଖୋର୍ଦ୍ଧା ଜିଲ୍ଳାରୁ ୩ଜଣ ଲେଖାଏଁ ରହିଥିବାବେଳେ ରାୟଗଡା, ପୁରୀ, ଢେଙ୍କାନାଳ, କଟକ ଜିଲ୍ଲାରୁ ୨ଜଣ ଲେଖାଏଁ ରୋଗୀଙ୍କ ମୃତୁ୍ୟ ଘଟିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୬୪୮କୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତିି ୭ହଜାର ୭୬୭ଜଣ । ଏହାକୁ ମିଶାଇ ଏବେ ସୁଦ୍ଧା ୧୨ଲକ୍ଷ ୯ହଜାର ୩୧୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେବି ୩୭ହଜାର ୭୬୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।