ରାଜ୍ୟରେ ସୁସ୍ଥ ହେଲେ ୧୭କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୧୭କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୧୭କରୋନା ଆକ୍ରାନ୍ତ
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ସୁସ୍ଥ ହୋଇଛନ୍ତି 17 କରୋନା ଆକ୍ରାନ୍ତ । ୧୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଚିକିତ୍ସା ପରେ ସେମାନଙ୍କର କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ | ତେବେ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 7 ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୁଦାୟ 391 ଜଣ ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।