ରାଜ୍ୟରେ ବିକାଶ ପାଇଁ ମୁଁ ନୀତୀଶ ସରକାର ଚାହେଁ, ବିହାର ପାଇଁ ମୋଦିଙ୍କ ଖୋଲା ଚିଠି

ରାଜ୍ୟରେ ବିକାଶ ପାଇଁ ମୁଁ ନୀତୀଶ ସରକାର ଚାହେଁ, ବିହାର ପାଇଁ ମୋଦିଙ୍କ ଖୋଲା ଚିଠି

ରାଜ୍ୟରେ ବିକାଶ ପାଇଁ ମୁଁ ନୀତୀଶ ସରକାର ଚାହେଁ, ବିହାର ପାଇଁ ମୋଦିଙ୍କ ଖୋଲା ଚିଠି
ପାଟନା: ବିହାରରେ ତୃତୀୟ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନର ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କ ପାଇଁ ଏକ ଖୋଲା ଚିଠି ଲେଖିଛନ୍ତି । ମୋଦି କହିଛନ୍ତି ବିହାରର ବିକାଶ ପାଇଁ ସେ ନୀତୀଶ ସରକାର ଚାହାନ୍ତି । ବିହାରର ଜାତି ଆଧାରରେ ନୁହେଁ ବରଂ ବିକାଶ ପାଇଁ ଭୋଟରମାନେ ଭୋଟ ଦେଉଛନ୍ତି । ମିଥ୍ୟା ପ୍ରତିଶ୍ରୁତି ନୁହେଁ, ଏକ ଦୃଢ଼ ରାଜନୈତିକ ଉଦେ୍ଧଶ୍ୟ ଏବଂ ସୁଶାସନ ପାଇଁ ଲୋକେ ନିଜ ଭୋଟ ଅଧିକାର ପ୍ରୟୋଗ କରୁଛନ୍ତି । ସାଧୁତା ଏବଂ ସ୍ୱଳ୍ପତା ପାଇଁ ଲୋକମାନେ ଭୋଟ ଦେଉଛନ୍ତି ବୋଲି ମୋଦି କହିଛନ୍ତି । ଜେଡିୟୁ ବିଜେପି ମେଣ୍ଟ ଶାସନ ସମ୍ପର୍କରେ ମୋଦି କହିଛନ୍ତି, ଡବଲ ଇଞ୍ଜିନ ସରକାର’ର କ୍ଷମତା ବିହାରକୁ ବିକାଶର ଏକ ନୂଆ ସ୍ତରକୁ ନେଇଯିବ । ମୋଦି ତାଙ୍କର ଖୋଲା ଚିଠିରେ ସମ୍ପୂର୍ଣ୍ଣ ଭାବେ ବିହାରର ବିକାଶ ଉପରେ ଫୋକସ କରିଛନ୍ତି । ସେ କହିଛନ୍ତି, କେବଳ ଏନଡିଏ ସରକାର ହିଁ ଉତ୍ତମ ଭିତ୍ତିଭୂମି ପ୍ରଦାନ କରିପାରିବ । ଏନଡିଏ ବିହାରରେ ସବୁ କ୍ଷେତ୍ରରେ ତଥା ବିଦୁ୍ୟତ, ପାଣି, ସଡ଼କ, ସ୍ୱାସ୍ଥ୍ୟ, ଶି%ା ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଶ୍ରେଷ୍ଠ କାମ କରୁଛି ବୋଲି ମୋଦି କହିଛନ୍ତି । ସ୍ୱାମୀତ୍ୱ ଯୋଜନାକୁ ଲୋକେ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଏହା ସାଧାରଣ ଲୋକଙ୍କୁ ଏକ ସମ୍ମାନାସ୍ପଦ ଜୀବନ ଜିଇଁବା ପାଇଁ ସହଯୋଗ କରିବ ବୋଲି ସେ କହିଛନ୍ତି ।