ରାଜ୍ୟରେ ଆଉ ୧୦ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୪୯୨

ରାଜ୍ୟରେ ଆଉ ୧୦ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୪୯୨

ରାଜ୍ୟରେ ଆଉ ୧୦ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୪୯୨
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୦ ମୁଣ୍ଡ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ ୩ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ୨ ଜଣ ଏବଂ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତିତ ନୟାଗଡ, ରାୟଗଡା, ସୁନ୍ଦରଗଡ ଏବଂ ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବରରୁ ୫୬ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଦୁଇ ମୃତକଙ୍କ ମହିଳା ହୋଇଥିବାବେଳେ ଦୁହିଁ ଜଣଙ୍କ ବୟସ ୬୦ ବର୍ଷ ବୋଲଇ ସୂଚନା ରହିଛି । କନ୍ଧମାଳର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୩, ୫୮ ଓ ୪୨ ବର୍ଷ । ସେହିପରି ଗଞ୍ଜାମର ୪୮ ବର୍ଷୀୟ ପୁରୁଷ, ରାୟଗଡାରୁ ୫୪ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ୭୧ ବର୍ଷୀୟ ପୁରୁଷ, ନୟାଗଡରୁ ୭୩ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୯୨ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୩୮ରହିଛି ।