୪ ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

୪ ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

୪ ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି
ଭୁବନେଶ୍ୱର: ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ମଧ୍ୟରୁ ୪ ଜଣ ମିଳିନାହାନ୍ତି । ଅଦ୍ୟାବଧି ୪ ଜଣଙ୍କୁ ଠାବ କରାଯାଇପାରିନଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ୮୮ ଜଣଙ୍କ ତାଲିକା ପାଇଥିଲୁ । ସେଥିରୁ କିଛି ନାଁ ରିପିଟ ହୋଇଛି । ବିଏମସି ଅଞ୍ଚଳକୁୁ ମୋଟ ୬୨ ଜଣ ବ୍ରିଟେନରୁ ଆସିଛନ୍ତି । ୬୨ରୁ ୪ ଜଣଙ୍କୁ ଠାବ କରିପାରିନୁ, ସନ୍ଧ୍ୟା ସୁଦ୍ଧା ପାଇଯିବୁ । ଏଯାବତ ୫୦ ଜଣଙ୍କ ଟେଷ୍ଟି ଶେଷ ହୋଇଛି । ବାକି ଟେଷ୍ଟ ଆଜି କରାଯିବ । ରିପୋର୍ଟ ପଜିଟିଭ ଆସିଲେ ସାମ୍ପଲ ପରୀକ୍ଷା ପାଇଁ ପୁନେ ପଠାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଗତକାଲି ଅର୍ଥାତ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଆମ ପାଖକୁ ୨୮ ଜଣ ବ୍ରିଟେନ ଫେରନ୍ତାଙ୍କ ତାଲିକା ଆସିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଜଣ ପଜିଟିଭଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି । ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଟେଷ୍ଟରୁ ଜଣାପଡ଼ିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ ।