ରାଜୁ ଶ୍ରୀବାସ୍ତବ ଗୁରୁତର, ଭେଣ୍ଟିଲେଟର୍‌ରେ ଭର୍ତ୍ତି

ରାଜୁ ଶ୍ରୀବାସ୍ତବ ଗୁରୁତର, ଭେଣ୍ଟିଲେଟର୍‌ରେ ଭର୍ତ୍ତି

ରାଜୁ ଶ୍ରୀବାସ୍ତବ ଗୁରୁତର, ଭେଣ୍ଟିଲେଟର୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ମହାନ ହାସ୍ୟ କଳାକାର ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି।  ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା କ୍ରମଶଃ ଖରାପ ହେବାକୁ ଲାଗିବାରୁ ତାଙ୍କୁ ସିସିୟୁରେ ଭର୍ତ୍ତି କରାଯାଇଛି।

ଗତକାଲି ରାଜୁ ଶ୍ରୀବାସ୍ତଙ୍କ ଆଞ୍ଜିଓଗ୍ରାଫି ହୋଇଥିବା ବେଳେ ଧମନୀର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ବ୍ଳକ ହୋଇ ଯାଇଥିବା ଜଣାଯାଇଛି। ତେଣୁ  ଅବସ୍ଥା ଏବେ ଗୁରୁତର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ ରାଜୁ ଶ୍ରୀବାସ୍ତବ କିଛି ବିଶିଷ୍ଟ ରାଜନେତାଙ୍କ ସହ ସାକ୍ଷାତ କରିବାକୁ ନୂଆଦିଲ୍ଲୀ ଯାଇଥିଲେ। ସେଠାରେ ହୋଟେଲରେ ରହୁଥିବା ବେଳେ ସକାଳେ ଜିମ୍ ଯାଇଥିଲେ।  ଟ୍ରେଡମିଲ୍ରେ ୱର୍କଆଉଟ୍ କରୁଥିବା ବେଳେ ହଠାତ୍ ସେ ପଡ଼ି ଯାଇଥିଲେ। ଏହାଦେଖି ଟ୍ରେନର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଭିନ୍ନ ପରୀକ୍ଷା ପରେ ତାଙ୍କୁ ହୃଦ୍ଘାତ ହୋଇଥିବା ଜଣାପଡ଼ିଥିଲା । ରାଜୁ ଶ୍ରୀବାସ୍ତବଙ୍କ ଅସୁସ୍ଥତା ଖବର ପାଇ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଥିବା ଜଣାଯାଇଛି। ଏନେଇ ତାଙ୍କ ପିଆରଓ ଅଜିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।