ରବିବାର ଦର୍ଶନ ଦେଲେ ମହାପ୍ରଭୁ

ରବିବାର ଦର୍ଶନ ଦେଲେ ମହାପ୍ରଭୁ

ରବିବାର ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଏଣିକି ପ୍ରତ୍ୟେକ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଦୀର୍ଘ ୨ ବର୍ଷ ପରେ ହଟିଲା କୋଭିଡ୍ କଟକଣା। ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରଠୁ ପହଡ଼ ପଡିବା ଯାଏଁ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏଥିପାଇଁ ରବିବାର ସକାଳୁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ। 

ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ଭକ୍ତ ମାନଙ୍କ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯାଉଥିଲା। ଏବେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି। ଏଣିକି ପ୍ରତିଦିନ ଭଳି ରବିବାର ମଧ୍ୟ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେଣୁ ରବିବାରରେ ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ସେହିପରି ଆଜି ପଖାଳ ଦିବସ ହୋଇଥିବା ବେଳେ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହୋଇଥାଏ ।