ରଣବୀରଙ୍କ ନଟରାଜ ସଟ୍ ଦେଖି କପିଳ ଚକିତ

ରଣବୀରଙ୍କ ନଟରାଜ ସଟ୍ ଦେଖି କପିଳ ଚକିତ

ରଣବୀରଙ୍କ ନଟରାଜ ସଟ୍ ଦେଖି କପିଳ ଚକିତ
ନୂଆଦିଲ୍ଲୀ: ୧୯୮୩ରେ ଭାରତୀୟ କି୍ରକେଟ ଦଳର ବିଶ୍ୱ କପ୍ ବିଜୟ ଉପରେ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ଚାଲିଛି । କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଚାମ୍ପିଆନ ହୋଇଥିଲା । ଭାରତୀୟ କ୍ରୀଡ଼ାର ଏହି ଗୌରବମୟ ଘଟଣାକୁ ରୂପେଲି ପରଦାକୁ ଆଣିବାର ପ୍ରୟାସ କରିଛି ରିଲାଏନସ ଏଣ୍ଟରଟେନମେଣ୍ଟ । ଚଳଚ୍ଚିତ୍ରର ନାମ ରଖାଯାଇଛି ‘୮୩’ । ଏହାର ସୁଟିଂ ଆଗେଇ ଚାଲିଛି । ‘୮୩’ରେ ଚଳଚ୍ଚିତ୍ରରେ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ଼ ସୁପରଷ୍ଟାର ରଣବୀର ସିଂହ । ସୋମବାର ତାଙ୍କ ଟ୍ୱିଟର ପୃଷ୍ଠାରେ ରଣବୀର ‘୮୩’ ଚଳଚ୍ଚିତ୍ରରେ ତାଙ୍କର ଏକ ଫଟୋ ଛାଡ଼ିଛନ୍ତି । ଉକ୍ତ ଫଟୋରେ ରଣବୀରଙ୍କୁ କପିଳ ଦେବଙ୍କ ପରି ନଟରାଜ ସଟ ଖେଳିବା ଦେଖିବାକୁ ମିଳିଛି । ଏହି ଫଟୋକୁ ଦେଖି ନିଜେ କପିଳ ଚକିତ ହୋଇଯାଇଛନ୍ତି । ଟ୍ୱିଟର ପୃଷ୍ଠା ଜରିଆରେ ରଣବୀରଙ୍କୁ ପ୍ରଶଂସା କରି କପିଳ ‘ହ୍ୟାଟ୍ସ ଅପ୍’ ରଣବୀର ବୋଲି ଲେଖିଛନ୍ତି । ପ୍ରକୃତରେ ଉକ୍ତ ଚଳଚ୍ଚିତ୍ର ପାଇଁ କପିଳଦେବଙ୍କ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ ହେବା ପରଠାରୁ ରଣବୀର ବହୁତ ପରିଶ୍ରମ କରିଛନ୍ତି । କପିଳଙ୍କ ପରି ତାଙ୍କ କେଶକୁ ରଣବୀର କୁଞ୍ଚୁକୁଞ୍ଚିଆ କରିଛନ୍ତି । ପୁଣି କପିଳ ଯେପରି ବ୍ୟାଟିଂ ଓ ବୋଲିଂ କରିଥାଆନ୍ତି, ସେପରି ଅବିକଳ କରିବାର ପ୍ରୟାସ ମଧ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରଣବୀର ସିଂହଙ୍କ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ କପିଳଙ୍କ ପତ୍ନୀ ରୋମି ଦେବ ଚରିତ୍ରରେ ଅଭିନୟ କରିଛନ୍ତି । ‘୮୩’ର ଚଳଚ୍ଚିତ୍ରରେ ନିଦେ୍ର୍ଧଶନା ଦେଉଛନ୍ତି ପ୍ରସିଦ୍ଧ ନିଦେ୍ର୍ଧଶ କବୀର ଖାଁ । ‘ଏକ ଥା ଟାଇଗର’ ଓ ‘ବଜରଙ୍ଗୀ ଭାଇଜାନ’ ପରି ଚଳଚ୍ଚିତ୍ରର ସଫଳତା ପରେ କବିର କି୍ରକେଟ ଉପରେ ଆଧାରିତ ଚଳଚ୍ଚିତ୍ରର ନିଦେ୍ର୍ଧଶନା ଦେଉଛନ୍ତି । ‘୮୩’ଚଳଚ୍ଚିତ୍ର ୨୦୨୦ ଏପି୍ରଲ ୧୦ରେ ପରଦାକୁ ଆସିବ ।