ନୂଆ ଆଇପିଏଲ ଦଳର ମୂଳ ଦର ୧୫୦୦ କୋଟି

ନୂଆ ଆଇପିଏଲ ଦଳର ମୂଳ ଦର ୧୫୦୦ କୋଟି

ନୂଆ ଆଇପିଏଲ ଦଳର ମୂଳ ଦର ୧୫୦୦ କୋଟି
ମୁମ୍ବାଇ: ଆଇପିଏଲର ପଞ୍ଚଦଶ ସଂସ୍କରଣ ଅର୍ଥାତ ୨୦୨୨ ମସିହାରେ ୮ ପରିବର୍ତ୍ତେ ୧୦ ଦଳ ଖେଳିବେ । ବିସିସିଆଇ ଏଥିନେଇ ଆନୁଷ୍ଠାନିକ ଘୋଷଣା କରି ସାରିଥିବା ବେଳେ ଦୁଇଟି ନୂଆ ଦଳର ନିଲାମ ପ୍ରକି୍ରୟା ପାଇଁ ପ୍ରସ୍ତୁତି ପର୍ବ ବି ଆରମ୍ଭ କରିଦେଲାଣି । ଏହି ଦୁଇଟି ସହର କିମ୍ବା ରାଜ୍ୟ ଭିତ୍ତିକ ନୂଆ ଦଳ ଲାଗି ଆସନ୍ତା ଏପି୍ରଲ ମାସରେ ଟେଣ୍ଡର ଆହ୍ୱାନ କରାଯିବ । ଉଭୟ ଦଳର ମୂଳଦର ୧୫୦୦ କୋଟି ଟଙ୍କାରୁ କମ୍ ହେବନି । ବସିସିଆଇ ବାର୍ଷିକ ସାଧାରଣ ବୈଠକରେ ଏ ନେଇ ଆନୁଷ୍ଠାନିକ ଆଲୋଚନା ସରିଛି । ଚୂଡାନ୍ତ ନିଷ୍ପତ୍ତି ଆଇପିଏଲ ପରିଚାଳନା ପରିଷଦ ବୈଠକରେ ନିଆଯିବ । ତେବେ ୨୦୧୮ ରେ ଜେଏସଡବ୍ଲୁ୍ୟ କମ୍ପାନୀ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ୫୦ ପ୍ରତିଶତ ଅଂଶଧନ କିଣିଥିଲା । ସେତେବେଳେ ଏହି ଦଳର ଆନୁମାନିକ ମୂଲ୍ୟ ୧୧୦୦ କୋଟି ଟଙ୍କା ରଖାଯାଇଥିଳା । ଗତ ଦୁଇ ବର୍ଷ ଭିତରେ ଆଇପିଏଲର ବ୍ରାଣ୍ଡ ଭାଲୁ୍ୟ ଯଥେଷ୍ଟ ବଢ଼ିଯାଇଥିବାରୁ୨ ଏବେକାର ନୂଆ ଦଳର ମୂଳ ଦର ୧୫୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ, କମ୍ ନୁହେଁ ବୋଲି ଜଣାପଡ଼ିଛି ।