ରଙ୍ଗ୍ ଡ୍ରାଇଭିଂ କଲେ ଚକା ହେବ ଲିକ୍, ଲାଗିବ ସ୍ପାଇକ୍ ବ୍ୟାରିଅର

ରଙ୍ଗ୍ ଡ୍ରାଇଭିଂ କଲେ ଚକା ହେବ ଲିକ୍, ଲାଗିବ ସ୍ପାଇକ୍ ବ୍ୟାରିଅର

ରଙ୍ଗ୍ ଡ୍ରାଇଭିଂ କଲେ ଚକା ହେବ ଲିକ୍, ଲାଗିବ ସ୍ପାଇକ୍ ବ୍ୟାରିଅର
ଟ୍ରାଫିକ ନେଇ ଯେତେ କଟକଣା କଲେ ମଧ୍ୟ ଲୋକେ ନିୟମ ଉଲ୍ଲଂଘନ କରୁଛନ୍ତି। ସେ ହେଲମେଟ୍ ନପିନ୍ଧିବା ହେଉ କି ବାଇକରେ ତିନି ଜଣ ହେଉ। ଏହା ସହିତ ରଙ୍ଗ ଡ୍ରାଇଭିଂ କରିବା ଲୋକଙ୍କ ଦେହସୁହା ହୋଇ ଗଲାଣି। ରଙ୍ଗ ଡ୍ରାଇଭିଂ କାରଣରୁ ଅନେକ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥାଏ। ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ନୂତନ ପଦକ୍ଷେପ ନେବାକୁ ଯାଉଛି। ରାସ୍ତାରେ ରଙ୍ଗ ଡ୍ରାଇଭିଂ ରୋକିବା ପାଇଁ ଲାଗିବ ସ୍ପାଇକ୍ ବ୍ୟାରିଅର। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ କଟକ ଓ ଭୁବନେଶ୍ଵରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥିମଧ୍ୟରୁ ଦ୍ଵୈତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ସ୍ପାଇକ୍ ବ୍ୟାରିଅର ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଦେଶର ପୁନେ, ହାଇଦ୍ରାବାଦ ଓ ନୋଇଡ଼ାରେ ରଙ୍ଗ ଡ୍ରାଇଭିଂ ରାସ୍ତାରେ ସ୍ପାଇକ୍ ବ୍ୟାରିଅର ଲଗାଯାଇଛି। ଯାହାକୁ ଏବେ ଭୁବନେଶ୍ଵର ଓ କଟକରେ ଲଗାଯିବାକୁ କମିଶନରେଟ୍ ପୋଲିସ ସ୍ଥିର କରିଛି।