ଯୌନ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବାକୁ ୧୨୦ ବର୍ଷ ଜେଲ

ଯୌନ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବାକୁ ୧୨୦ ବର୍ଷ ଜେଲ

ଯୌନ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବାକୁ ୧୨୦ ବର୍ଷ ଜେଲ
ନ୍ୟୁୟର୍କ : ଆମେରିକାର ଜନୈକ ଆତ୍ମଘୋଷିତ ବାବାକୁ କୋର୍ଟ ୧୨୦ ବର୍ଷ କାରାଦଣ୍ଡ ପ୍ରଦାନ କରିଛନ୍ତି । ଯୌନ ନିର୍ଯାତନା ପ୍ରଦାନ କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ମଙ୍ଗଳବାର ନ୍ୟୁୟର୍କର ଏକ କୋର୍ଟରେ କେଥ ରେନର(୬୦)ଙ୍କୁ ୧୨୦ ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି । ନେକ୍ସିୟମ ନାମକ ଆତ୍ମଚିନ୍ତନ ଗ୍ରୁପ ଚଳାଇ ଏହା ଜରିଆରେ ଯୌନଶୋଷଣ କରୁଥିବା ଜଣାପଡିଛି । ମଙ୍ଗଳବାର ୧୩ ଜଣ ମହିଳା ନ୍ୟୁୟର୍କ କୋର୍ଟରେ ରେନରଙ୍କ ବିପକ୍ଷରେ ବୟାନ ଦେଇଥିବା ବେଳେ ୯୦ରୁ ଅଧିକ ମହିଳା ଯୌନଶୋଷଣର ଶିକାର ହୋଇଥିବା ନେଇ ଚିଠି ଲେଖିଥିଲେ । ୫ ଦିନର କ୍ୟାମ୍ପ ପାଇଁ ୫ ହଜାର ଡଲାର ନେଉଥିବା ରେନର ଏକାଧିକ ନାବାଳିକାଙ୍କୁ ମଧ୍ୟ ଯୌନ ନିର୍ଯାତନା ପ୍ରଦାନ କରିଥିଲେ ।