ଯୋଗୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ
ଯୋଗୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ
ବାରାଣସୀ: ବାରାଣସୀ ରେ ଜରୁରୀ ଅବତରଣ କଲା ଯୋଗୀଙ୍କ ହେଲିକପ୍ଟର। ଆଜି ସକାଳେ ଗୋଟାଏ ପକ୍ଷୀ ସହିତ ଧକ୍କା ଖାଇବା କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର୍ ଏପରି ଜରୁରୀ ଅବତରଣ କରିଛି।ଶନିବାର ଦିନ ବିକାଶମୂଳକ କାର୍ୟ୍ୟ, ଆଇନଶୃଙ୍ଖଳା ବ୍ୟବସ୍ଥା ସମୀକ୍ଷା କରିବା ସହ ଅନେକ ପ୍ରକଳ୍ପ ସ୍ଥାନ ତଦାରଖ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାତିରେ ବାରାଣସୀରେ ରହିଥିଲେ। ଗୋଟାଏ ହେଲିକପ୍ଟର୍ରେ ବାରାଣସୀ ରିଜର୍ଭ ପୋଲିସ୍ ଲାଇନ୍ରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ବେଳେ ତାହା ଗୋଟାଏ ପକ୍ଷୀ ସହିତ ଧକ୍କା ଖାଇଥିଲା। ଫଳରେ ହେଲିକପ୍ଟର୍ଟି କୌଣସି ହେଲିପ୍ୟାଡ୍ ପରିବର୍ତ୍ତେ ପଡ଼ିଆରେ ଜରୁରୀ ଅବତରଣ କରିଥିଲା।ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଳରାଜ ଶର୍ମା କହିଛନ୍ତି ଯେ, ହେଲିକପ୍ଟର୍ ପକ୍ଷୀ ସହିତ ଧକ୍କା ଖାଇବାରୁ ପାଇଲଟ୍ ଜରୁରୀକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ।ଅଘଟଣ ପରେ ମୁଖ୍ୟମନ୍ତ୍ରୀ ସର୍କିଟ୍ ହାଉସ୍କୁ ଫେରିଯାଇଥିଲେ। ସେଠାରୁ ସେ ସଡ଼କ ପଥରେ ଲାଲ୍ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଯାଇ ରାଜ୍ୟ ସରକାରଙ୍କ ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। ସେଥିପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଥିଲା।




admin 