ଯୁକ୍ତ ତିନି ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଯୁକ୍ତ ତିନି ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଯୁକ୍ତ ତିନି ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ


ଭୁବନେଶ୍ବର: ଯୁକ୍ତ ତିନିରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ମିଳିଛି । ମହାବିଦ୍ୟାଳୟମାନଙ୍କରେ ଖାଲି ଥିବା ସିଟ୍‌ରେ ହେବ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା । ଏନେଇ ସମୟସୀମା ସହିତ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି । ବିଭିନ୍ନ କାରଣରୁ ପ୍ରଥମ ପର୍ୟ୍ୟାୟ ନାମଲେଖା ପାଇଁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିଲେ ସେମାନେ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଆବେଦନ କରିପାରିବେ । ଆସନ୍ତା ୧୩ ତାରିଖରୁ ୧୯ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିବେ । ୨୭ ତାରିଖ ଅପରାହ୍ନ ସମୟରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।
ଆସନ୍ତା ୨୮,୨୯ ଓ ୩୧ ତାରିଖରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ । ସେହିଭଳି ନଭେମ୍ବର ୭ ତାରିଖ ଅପରାହ୍ନ ସମୟରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶ ପାଇବ । ୯ରୁ ୧୧ ତାରିଖରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ । ପ୍ରକାଶଥାଉ କି, ରାଜ୍ୟରେ ୧୦୨୩ ଟି ଡିଗ୍ରୀ କଲେଜରେ ମୋଟ ୨,୫୨,୦୧୩ ଟି ସିଟ୍ ରହିଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ୧,୬୧,୧୭୯ ଜଣ ନାମ ଲେଖାଇ ସାରିଛନ୍ତି । ବର୍ତ୍ତମାନ ୯୦,୮୩୪ ସିଟ୍ ବଳକା ପଡ଼ିଛି।