ଯାତ୍ରୀବାହୀ ବସ୍‌ ଓଲଟି ୧୫ ଆହତ

ଯାତ୍ରୀବାହୀ ବସ୍‌ ଓଲଟି ୧୫ ଆହତ

ଯାତ୍ରୀବାହୀ ବସ୍‌ ଓଲଟି ୧୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଝରିଆପାଲି ନିକଟରେ ଏକ ଯାତ୍ରୀବାହୀ ବସ୍  ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସର୍ଗିପାଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ଜଣାଯାଇଛି।

ଆଜି ସକାଳେ ବସ୍ଟି ହେମଗିରିରୁ ଯାତ୍ରୀମାନଙ୍କୁ ନେଇ  ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଝରିଆପାଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍କୁ ସାଇଡ୍ ଦେଲାବେଳେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଛି।