ଯଶବନ୍ତ ସିହ୍ନା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ
ଯଶବନ୍ତ ସିହ୍ନା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇପରନ୍ତି ଯଶବନ୍ତ ସିହ୍ନା। ଇସ୍ତଫା ଦେବା ପଛରେ ରହିଛି ବଡ଼ କାରଣ। ଶରଦ ପାୱାର, ଫରୁକ ଅବଦୁଲ୍ଲା ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ରାଜି ନହେବ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ପ୍ରସ୍ତାବ ଦେଇଛନ୍ତି। ୧୯ ଦଳ ଏଥିରେ ସହମତି ପ୍ରକାଶ କରିଛନ୍ତି । ଦେଶର ନୂଆ ରାଷ୍ଟ୍ରପତି ପାଇଁ ଜୁଲାଇ ୧୮ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିରୋଧୀ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । ସିହ୍ନାଙ୍କ ଗୋଟିଏ ଟ୍ୱିଟ ଏଭଳି ଖବର ଖୋରାକ ଯୋଗାଇଛି । ଟ୍ୱିଟରେ ଯଶବନ୍ତ ଲେଖିଛନ୍ତି ମୋତେ ଦଳରୁ ଓହରି ବିରୋଧୀଙ୍କ ଏକତା ପାଇଁ କାମ କରିବାକୁ ପଡିବ । ତେଣୁ ଏହା ପରେ ସେ ପ୍ରାର୍ଥୀ ହେବା ନେଇ ଆଶା କରାଯାଉଛି ।ଦିଲ୍ଲୀରେ ଆଜି ହେବାକୁଥିବା ବୈଠକରେ ସେ ସାମିଲ ହେବେ । ସେ ଟ୍ୱିଟରେ ଆହୁରି ମଧ୍ୟ ଲେଖିଛନ୍ତି ତୃଣମୂଳ କଂଗ୍ରେସ ମୋତେ ଯେଉଁ ସମ୍ମାନ ଏବଂ ପ୍ରତିଷ୍ଠା ଦେଇଛି ସେଥିପାଇଁ ମମତା ବାନାର୍ଜୀଙ୍କ ପାଖରେ ଆଭାରୀ । ତେଣୁ ବର୍ତ୍ତମାନ ସେହି ସମୟ ଆସିଛି ଯେତେବେଳେ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ ମୋତେ ଦଳରୁ ହଟି ବିରୋଧୀଙ୍କ ଏକତା ପାଇଁ କାମ କରିବାକୁ ପଡିବ । ମୋତେ ବିଶ୍ୱାସ ରହିଛି ଦଳ ମୋର ଏହି ପଦକ୍ଷେପକୁ ସ୍ୱୀକାର କରିଛି ।
ତୃଣମୂଳ କଂଗ୍ରେସ ଆଜି ହେବାକୁ ଥିବା ବୈଠକରେ ପ୍ରାର୍ଥୀ ଭାବେ ଯଶବନ୍ତଙ୍କ ନାଁ ପ୍ରସ୍ତାବ ଦେବ । ସୂଚନା ଆନୁସାରେ ତୃଣମୂଳ କଂଗ୍ରେସରେ ବରିଷ୍ଠ ନେତା ଏହି ବିଷୟରେ ଆଲୋଚନା ପରେ ସହମତି ପ୍ରକାଶ କରିଛନ୍ତି ।ଶରଦ ପାୱାର, ଫାରୁକ ଅବଦୁଲ୍ଲା, ଗୋପାଳକୃଷ୍ଣ ଗାନ୍ଧୀ ବିରୋଧୀଙ୍କ ପ୍ରସ୍ତାବକୁ ମନା କରିସାରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ବିରୋଧୀ ଦଳ ନେତାଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରସ୍ତାବରୁ ଓହରିଯାଇଥିଲେ । ଏହା ପରେ ବିରୋଧୀ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରିଛନ୍ତି । ବିଜେପି ଛାଡି ଯଶବନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ।




admin 