ବିଜେଡି ରେ ଯୋଗ ଦେଲେ ମିନତି ପଟ୍ଟନାୟକ, ଜାଣନ୍ତୁ କିଏ ଏହି ମିନତି

ବିଜେଡି ରେ ଯୋଗ ଦେଲେ ମିନତି ପଟ୍ଟନାୟକ, ଜାଣନ୍ତୁ କିଏ ଏହି ମିନତି

ବିଜେଡି ରେ ଯୋଗ ଦେଲେ ମିନତି ପଟ୍ଟନାୟକ, ଜାଣନ୍ତୁ କିଏ ଏହି ମିନତି

କଟକ: ବିଜେଡିରେ ଯୋଗ ଦେଲେ  ମିନତି ପଟ୍ଟନାୟକ। ତେବେ ଏହି ମିନତି କିଏ ? ନିକଟରେ ରିକ୍ସା ଚାଳକଙ୍କ ନାଁ ରେ କୋଟିଏ ଟଙ୍କାର ସମ୍ପତ୍ତି ଲେଖି ଦେଇଥିଲେ ମିନତି।  କଟକ ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାଁରେ ଲେଖିଦେଇ ଚର୍ଚ୍ଚାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ମିନତି । ଏହି ଅବସରରେ ଓଡ଼ିଶା ମୋ ପରିବାର ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ ।