ଯବାନଙ୍କ ଗୁଳିରେ ୬ ଆତଙ୍କବାଦୀ ନିପାତ

ଯବାନଙ୍କ ଗୁଳିରେ ୬ ଆତଙ୍କବାଦୀ ନିପାତ

ଯବାନଙ୍କ ଗୁଳିରେ ୬ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୬ ଆତଙ୍କବାଦୀ ନିପାତ ହୋଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ହୋଇଥିବା ଏନ୍କାଉଣ୍ଟରରେ ୬ ଆତଙ୍କବାଦୀ ଆଖି ବୁଜିଛନ୍ତି । ମୃତକ ସମସ୍ତେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ଜଣାଯାଇଛି।

ମୃତକଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି  । ନିହତ ଅନ୍ୟ ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି କାଶ୍ମୀର ପୁଲିସ୍ ମହାନିରୀକ୍ଷକ ବିଜୟ କୁମାର ।

କୁଲଗାମ ଜିଲ୍ଲାର ମିରହମା କ୍ଷେତ୍ରରେ ଗତକାଲି ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପ୍ରଥମେ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ତଲାସୀ ଆରମ୍ଭ ହୋଇଥିଲା। । ଏହି ସମୟରେ ସୁରକ୍ଷା ବଳ କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଜବାବରେ ସୁରକ୍ଷା କର୍ମୀ ଗୁଳି ମାଡ଼ କରିବାରୁ ୩ ଆତଙ୍କବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ଅନନ୍ତନାଗ ଜିଲ୍ଲାର ନୌଗାଁମ ଶାହବାଦ ଅଞ୍ଚଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଗୁଳି ଚାଳନାରେ ୨ ଆତଙ୍କବାଦୀ ଟଳି ପଡ଼ିଥିଲେ। ବିଳମ୍ବିତ ରାତି ପର୍ୟ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନା ଚାଲିଥିଲା।

ଗୁରୁବାର ସକାଳେ କଶ୍ମୀର ପୁଲିସ୍ ପକ୍ଷରୁ ହୋଇଥିବା ଟ୍ୱିଟରେ ସମୁଦାୟ ୬ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଏହା ଏକ ବଡ଼ ସଫଳତା ବୋଲି କଶ୍ମୀର ପୁଲିସ୍ ଆଇଜି ସୂଚନା ଦେଇଛନ୍ତି।