ମୋବାଇଲ ଗେମ କାଳ ହେଲା, ୪ କିଶୋରଙ୍କ ଉପରେ ଚଢ଼ିଗଲା ଟ୍ରେନ୍
ମୋବାଇଲ ଗେମ କାଳ ହେଲା, ୪ କିଶୋରଙ୍କ ଉପରେ ଚଢ଼ିଗଲା ଟ୍ରେନ୍
କୋଲକାତା : ରେଳ ଧାରଣା ଉପରେ ମୋବାଇଲ ଗେମ ଖେଳିବା କାଳ ହେଲା। ଚାରି କିଶୋରଙ୍କ ଉପରେ ଚଢ଼ିଗଲା ଟେନ୍। ରେଳ ଧାରଣା ଉପରେ ବସି ମୋବାଇଲରେ ଗେମ ଖେଳୁଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରେନ ଚଢ଼ି ଯାଇଛି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ରାତିରେ ଉତ୍ତର ଦିନାଜପୁର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। ନିଉ ଜଲପାଇଗୁଡ଼ିଠାରୁ ୫୦ କିଲୋମିଟର ଦୂର ଚୋପଡ଼ା ନିକଟରେ ରେଳଧାରଣା ଉପରେ ଏହି ଅଘଟଣ ଘଟିଥିବା ଖବର ପାଇ ଜିଆରପି ପୁଲିସ ରାତି ୧୦ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନ୍ଧାର ହେତୁ ମୃତଦେହ ଠାବ ହୋଇପାରି ନଥିଲା। ସୋମବାର ସକାଳେ ମୃତଦେହ ଠାବ ହୋଇଛି। ଗତରାତିରେ ୧୩-୧୪ ବର୍ଷର ୪ ଜଣ କିଶୋର ରେଳ ଧାରଣା ଉପରେ ବସି ମୋବାଇଲରେ ଖେଳୁଥିଲେ । ଏହି ସମୟରେ ଟ୍ରେନ ଆସିଥିଲା । ଖେଳରେ ବ୍ୟସ୍ତ ଥିବାରୁ ସେମାନେ ଜାଣିପାରି ନଥିଲେ । ଟ୍ରେନ ଧକ୍କାରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।




admin 