ମୋଦିଙ୍କୁ ପ୍ରିୟଙ୍କାଙ୍କ ଚିଠି

ମୋଦିଙ୍କୁ ପ୍ରିୟଙ୍କାଙ୍କ ଚିଠି

ମୋଦିଙ୍କୁ ପ୍ରିୟଙ୍କାଙ୍କ ଚିଠି

ନୂଆଦିଲ୍ଲୀ: କୃଷି କାନୁନ୍‌ ଫେରାରଇ ନେବା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ତଥାପି କେନ୍ଦ୍ର ସରକାରଙ୍କୁ ଘେରିବା ଜାରି ରଖିଛି ବିରୋଧୀ ଦଳ। ଚିଠି ଲେଖି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ସମ୍ପୃକ୍ତ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି ଜଣାଇଛନ୍ତି। ଖେରୀ ହିଂସା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅ  ଆଶିଷ ମିଶ୍ରାଙ୍କ ଗାଡ଼ି ତଳେ ଚାପି ହୋଇ ବହୁ କୃଷକ ଜୀବନ ହାରିଥିଲେ। ପୁଲିସ୍ ଆଶିଷ ମିଶ୍ରାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା କିନ୍ତୁ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।

ଏନେଇ ପ୍ରିୟଙ୍କା କହିଛନ୍ତି, ମୃତ କୃଷକଙ୍କ ପରିବାର ବହୁତ କଷ୍ଟରେ ଅଛନ୍ତି। ସେମାନଙ୍କ ମାନସିକ ସ୍ଥିତି ଭଲ ରହୁ ନାହିଁ। ସେମାନେ ନ୍ୟାୟ ଚାହୁଁଛନ୍ତି। ତେଣୁ ଅଜୟ ମିଶ୍ରା ମନ୍ତ୍ରୀ ପଦରେ ରହିଲେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିପାରିବନି।  ବୋଲି ଲେଖିଛନ୍ତି।  ଆଜି ଲକ୍ଷ୍ନୌରେ ହେଉଥିବା ଡିଜିପି କନଫରେନ୍ସରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। କିନ୍ତୁ ଏହି କାର୍ୟ୍ୟକ୍ରମରେ ଯଦି ଆପଣ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ସହ ମଞ୍ଚ ଉପରେ ନଜର ଆସିବେ ତେବେ ତାହା ମୃତ କୃଷକଙ୍କ ପରିବାର ପ୍ରତି ଘୋର ଅପମାନ । ଏହାଦ୍ୱାରା ଏହି ସନ୍ଦେଶ ଯିବ ଯେ, ଆପଣ ଏବେ ବି ଅଭିଯୁକ୍ତଙ୍କ ସୁରକ୍ଷା କରିବା ପାଇଁ ଛିଡ଼ା ହୋଇଛନ୍ତି। ଏହା କେବଳ ମୃତ କୃଷକଙ୍କ ପରିବାର ନୁହେଁ, ସତ୍ୟାଗ୍ରହରେ ସହୀଦ ହୋଇଥିବା ୭ ଶହରୁ ଅଧିକ କୃଷକଙ୍କ ପାଇଁ ଏହା ଅପମାନ ସଦୃଶ ହେବ।

ପ୍ରଧାନମନ୍ତ୍ରୀ ଗତକାଲିଠୁ ଉତ୍ତରପ୍ରଦେଶ ଗସ୍ତରେ ଥିବା ବେଳେ ଆଜି ହେଉଛି ତାଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ପ୍ରଧାମନ୍ତ୍ରୀ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ସାମିଲ ହେବେ। ଏହି ବୈଠକରେ ବହୁ ବିବାଦୀୟ ମାମଲା ଉପରେ ଚର୍ଚ୍ଚା ହେବାର କାର୍ୟ୍ୟକ୍ରମ ରହିଛି। ।