ମୁସଲିମ ବ୍ୟକ୍ତିଙ୍କ ଜଗନ୍ନାଥ ପ୍ରେମ...

ମୁସଲିମ ବ୍ୟକ୍ତିଙ୍କ ଜଗନ୍ନାଥ ପ୍ରେମ...

ମୁସଲିମ ବ୍ୟକ୍ତିଙ୍କ ଜଗନ୍ନାଥ ପ୍ରେମ...

ଖୋର୍ଦ୍ଧା: ଭାବର ଠାକୁର ଜଗତର ନାଥ ଜଗନ୍ନାଥ ।  ଆମ ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା । ତାଙ୍କ ନିଦେ୍ର୍ଧଶ ବିନା ପତ୍ରଟିଏ ହଲିବା ସମ୍ଭବ ନୁହେଁ । ଆମେ ଜଗନ୍ନାଥ ଦେଶର ଲୋକ । ବାହାରକୁ ଗଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମକୁ ‘ଜଗନ୍ନାଥ ଦେଶର ଲୋକ’ ବୋଲି ଜାଣୁଛନ୍ତି । ଏଣୁ ଜଗନ୍ନାଥଙ୍କ ପାଇଁ ଗଛ କଣ, ଆବଶ୍ୟକ ପଡିଲେ ନିଜର ରକ୍ତ ଦେବାକୁ ପ୍ରସ୍ତୁତ ବୋଲି ଟାଙ୍ଗି ରେଞ୍ଜ ଅନ୍ତର୍ଗତ ନିରାକାରପୁର ଖୁରିପଡାର ସହଜଜୁଦ୍ଧୀନ ଖାଁ କହିଛନ୍ତି। ସେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାର ପାଇଁ ନିଜ ବାଡିରେ ଥିବା ଶିମୁଳି ଗଛ ଦାନ ଦେଇଛନ୍ତି । 

ସେ କହିଛନ୍ତି ଯେ, ଯେତେବେଳେ ବନ ବିଭାଗର କର୍ମଚାର ତାଙ୍କୁ ଗଛ ପାଇଁ କହିଲେ ସେ ଖୁସିରେ ଏଥିପାଇଁ ରାଜି ହୋଇଯାଇଥିଲେ । କାଲି ବନବିଭାଗ କର୍ମଚାରୀ ଯାଇ ଗଛକୁ କାଟି ଆଣିଛନ୍ତି । ଏହାପରେ ସେ କହିଛନ୍ତି, ଯାହା ଏଠାରେ ଅଛି ସିବୁ ଜଗନ୍ନାଥଙ୍କର । ଏଣୁ ଆମେ କ’ଣ ଦେଇଛୁ, ତାଙ୍କର ଜିନିଷ ତାଙ୍କ ପାଇଁ ଲାଗିଛି ।