ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ସୁନା ଚୋରା ଚାଲାଣ ଚାଲିଥିଲା !

ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ସୁନା ଚୋରା ଚାଲାଣ ଚାଲିଥିଲା !

ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ସୁନା ଚୋରା ଚାଲାଣ ଚାଲିଥିଲା !
ନୂଆଦିଲ୍ଲୀ: କେରଳ ସୁନା ଚୋରା ଚାଲାଣ ପ୍ରସଙ୍ଗରେ ସୀମାଶୁଳ୍କ ବିଭାଗ ପକ୍ଷରୁ କେରଳ ହାଇକୋର୍ଟରେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖାଯାଇଛି । ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ) ଦେଇ ସୁନା ଚୋରାଚାଲାଣ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ଅନ୍ୟ ୩ ଜଣ ମନ୍ତ୍ରୀ ଏବଂ ବାଚସ୍ପତି ସବୁକଥା ଅବଗତ ଥିଲେ ଏବଂ ସେମାନଙ୍କ ଜାଣତରେ ହିଁ ସବୁକିଛି ଚାଲିଥିଲା ବୋଲି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶ ବୟାନ ଦେଇଛନ୍ତି । ବୟାନ ଆଧାରରେ ସୀମା ଶୁଳ୍କ ବିଭାଗ କୋର୍ଟରେ ସତ୍ୟପାଠ ଦାଖଲ ସହ ତଥ୍ୟ ଉପସ୍ଥାପନ କରିଛି । ସ୍ୱପ୍ନା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଏବଂ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଏଥିରେ ସିଧାସଳଖ ଭାବେ ସମ୍ପୃକ୍ତ । ଯେହେତୁ ସେ ଆରବିକ ଜାଣିଛନ୍ତି ସେଥିପାଇଁ ପ୍ରତି ବୈଠକରେ ତାଙ୍କୁ ସେମାନଙ୍କ ବାର୍ତ୍ତାଳାପ ଅନୁବାଦ କରିବାକୁ କୁହାଯାଏ । ମୁଖ୍ୟମନ୍ତ୍ରୀ, ୩ ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଭୂମିକା ଏବେ ସନେ୍ଦହ ଘରକୁ ଆସୁଥିବାରୁ ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି ।