ଗତ ବର୍ଷ କରୋନା ସମୟରେ ଭାରତ ଅତି ଶସ୍ତାରେ ତେଲ କିଣିଥିଲା

ଗତ ବର୍ଷ କରୋନା ସମୟରେ ଭାରତ ଅତି ଶସ୍ତାରେ ତେଲ କିଣିଥିଲା

 ଗତ ବର୍ଷ କରୋନା ସମୟରେ ଭାରତ ଅତି ଶସ୍ତାରେ ତେଲ କିଣିଥିଲା
ନୂଆଦିଲ୍ଲୀ: ଓପେକ ଓ ଏହାର ସଦସ୍ୟମାନେ ତୈଳ ଉପôାଦନ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ନେବା ସହିତ ମୂଲ୍ୟକୁ ଯୁକ୍ତିଯୁକ୍ତ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଥିଲେ । ଭାରତର ଏହା ଦାବିକୁ ଓକେ ପ୍ରତ୍ୟାଖ୍ୟାନ କରିଦେଇଛି । କେବଳ ଦାବିକୁ ପ୍ରତ୍ୟାଖ୍ୟାନ କରିନାହିଁ ସାଉଦି ଆରବ ପକ୍ଷରୁ ନୂଆଦିଲ୍ଲୀକୁ ଏହି ମର୍ମରେ ପରାମର୍ଶ ମଧ୍ୟ ଦିଆଯାଇଛି । ଗତ ବର୍ଷ କରୋନା ସମୟରେ ଭାରତ ଅତି ଶସ୍ତାରେ ତେଲ କିଣିଥିଲା । ସେହି ତେଲକୁ ଦେଶର ତିନୋଟି ତୈଳ ଭଣ୍ଡାରରେ ଭର୍ତ୍ତି କରି ରଖାଯାଇଛି । ତାହାକୁ ଭାରତ ଏବେ ବ୍ୟବହାର କରୁ ବୋଲି ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ୍ଲାଜିଜ ବିନ ସଲମନ କହିଛନ୍ତି ।