ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିରବ, କାରଣ କଣ ଜାଣନ୍ତୁ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିରବ, କାରଣ କଣ ଜାଣନ୍ତୁ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିରବ, କାରଣ କଣ ଜାଣନ୍ତୁ

 ପାଟନା: ବିହାର ରାଜନୀତିରେ ଜେଡି(ୟୁ) ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଭାବ ହ୍ରାସ ପାଇଛି । ନୀତୀଶ କୁମାର ଜେଡି (ୟୁ) ରୁ ଅନୁ୍ୟନ ତିନି ଜଣଙ୍କୁ ମନ୍ତ୍ରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରେ ଦାବି କରିଥିଲେ ମଧ୍ୟ ମାତ୍ର ଜଣକୁ ଏହି ସୁଯୋଗ ମିଳିଛି । ସେ ହେଉଛନ୍ତି ଦଳର ସଭାପତି ଆରସିପି ସିଂହ । ନୀତୀଶ ତାଙ୍କର ଘନିଷ୍ଠ ଲଲନ ସିଂହଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଥିଲେ ମଧ୍ୟ ମିଳି ନାହିଁ । ଏଥିନେଇ ନୀତୀଶ ଅଡୁଆରେ ପଡିଛନ୍ତି । ୨୦୧୯ରେ ନୀତୀଶ ତିନି ମନ୍ତ୍ରିପଦ ଦାବି କରିଥିଲା ବେଳେ ଗୋଟିଏ ମିଳିବାରୁ ରାଗି ଯାଇଥିଲେ, କିନ୍ତୁ ଏବେ ବିନା ପ୍ରତିବାଦରେ ଗ୍ରହଣ କରିଯାଇଛନ୍ତି । ଏହାର ପ୍ରତିବାଦ ମଧ୍ୟ ସେ କରିପାରୁନାହାନ୍ତି । ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ନୀତୀଶ ଦୁର୍ବଳ ହୋଇପଡ଼ିଛନ୍ତି, ତେବେ ନିଜ ଦଳରୁ କେହି ମନ୍ତ୍ରୀପଦ ନ ପାଆନ୍ତ ପଛକେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଭଳି ଏଲଜେପି ନେତା ପଶୁପତି କୁମାର ପାରସଙ୍କୁ ମନ୍ତ୍ରୀ କରାଯିବା ଦ୍ୱାରା ଚିରାଗ ପାଶ୍ୱାନଙ୍କ ଉପରେ ସେ ରାଗ ସୁଝାଇବାରେ ସମର୍ଥ ହୋଇଛନ୍ତି ।