ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୬ ମୃତ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୬ ମୃତ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୬ ମୃତ

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଉଥିବାବେଳେ ଗୋଟିଏ ପରିବାରର ୧୨ ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତୁ୍ୟ ହୋଇଯାଇଛି । ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷେ ପରିବାରର ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି । ପୁଲିସ ଏବଂ ସ୍ଥାନୀୟ ବୁଡ଼ାଳିଙ୍କ ସହଯୋଗରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଆଗ୍ରାର ଏହି ପରିବାର ଅଯୋଧ୍ୟା ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ପରିବାରର ୧୨ ସଦସ୍ୟ ଏକ ସମୟରେ ବୁଡ଼ ପକାଉଥିବା ବେଳେ ହାଠାତ ଜଳସ୍ରୋତ ପ୍ରଖର ହେବାରୁ ସେମାନେ ବୁଡ଼ି ଯାଇଥିଲେ । ଅନ୍ୟମାନେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ ।