ମୁଖ୍ୟମନ୍ତ୍ରୀ କହିବେ ମାଟ୍ରିକ ପରୀକ୍ଷା କଥା

ମୁଖ୍ୟମନ୍ତ୍ରୀ କହିବେ ମାଟ୍ରିକ ପରୀକ୍ଷା କଥା

ମୁଖ୍ୟମନ୍ତ୍ରୀ କହିବେ ମାଟ୍ରିକ ପରୀକ୍ଷା କଥା
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଉଗ୍ରରୂପ ଦେଖି ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିବାବେଳେ ଓଡ଼ିଶାରେ ମାଟ୍ରିକ ପରୀକ୍ଷା ହେବ କି ନାହିଁ ତାକୁ ନେଇ ସମସ୍ତେ ସନ୍ଦୀହାନ ଅବସ୍ଥାରେ ରହିଛନ୍ତି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଏକ ବଡ଼ ଘୋଷଣା ହୋଇପାରେ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । କରୋନାର ପ୍ରକୋପ ଭିତରେ ମାଟ୍ରିକ ପରୀକ୍ଷା ହେବ କି ନାହିଁ ସେ ବିଷୟରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।