ଶ୍ରୀମନ୍ଦିର ପରିସରରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀମନ୍ଦିର ପରିସରରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀମନ୍ଦିର ପରିସରରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ
ପୁରୀ:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଶ୍ରୀମନ୍ଦିର ସହ ସମ୍ପୃକ୍ତ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତ, ସେବାୟତ ପରିବାର ଓ କର୍ମଚାରୀଙ୍କୁ ମିଶାଇ ମୋଟ ୭ ଜଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେବାୟତ ୧୦, ସେବାୟତ ପରିବାରରୁ ୫ ଜଣ ପଜିଟିଭ ଚିହ୍ନଟ ହେଲେଣି । ଏହାଛଡ଼ା ଜୋତା ଷ୍ଟାଣ୍ଡ କର୍ମଚାରୀ ୧୦ ଓ ୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ଶ୍ରୀମନ୍ଦିର ସହ ସମ୍ପୃକ୍ତ ମୋଟ ୩୦ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି ।