ମିହିରଙ୍କ ବିୟୋଗରେ ମୋଦିଙ୍କ ଶୋକ

ମିହିରଙ୍କ ବିୟୋଗରେ ମୋଦିଙ୍କ ଶୋକ

ମିହିରଙ୍କ ବିୟୋଗରେ ମୋଦିଙ୍କ ଶୋକ

ଭୁବନେଶ୍ୱର: ଆରପାରିରେ ଓଡଶା ଅଭିନୟ ଜଗତର ବିରାଟ ହସ୍ତି ତଥା ମନୋରଞ୍ଜନ ଦୁନିଆର ମଉଡ଼ମଣି ମିହିର ଦାସ । ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ସେ ଓଡିଶାର ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଆଜି କଟକର ସତିଚଉରା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ । ମିହିରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ  ।

ମିହିର ଦାସଙ୍କ ବିୟୋଗରେ କେବଳ ରାଜ୍ୟରୁ ନୁହେଁ ଦେଶରୁ ବି ଛୁଟିଛି ଶୋକ ବାର୍ତ୍ତା । ମିହିରଙ୍କ ଅବର୍ତ୍ତମାନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି  । ମିହିର ଦାସ ତାଙ୍କ କ୍ୟାରିୟରରେ ଅଭିନୟରେ ଅନେକଙ୍କ ହୃଦୟ ଜିତିଛନ୍ତି  । ତାଙ୍କ ବିୟୋଗରେ କଳା କ୍ଷେତ୍ରରେ ଏକ ଅପୂରଣିୟ କ୍ଷତି ହୋଇଛି  । ତାଙ୍କର ଅମର ଆତ୍ମାର ସଦଗତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥନା କରିଛନ୍ତି  ।

କଟକର ଏକ ଘରୋଇ ହସ୍ପିଟାଲରେ  ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ ଓଡିଆ ସିନେ ଜଗତରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୂର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ, ଭୋଳାଶଙ୍କର, ସିଂହବାହିନୀ ପ୍ରମୁଖ ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର । ମିହିରଙ୍କ ବିୟୋଗରେ ଓଲିଉଡ ମୁରବୀବିହୀନ ହୋଇ ଯାଇଥିବା କହିଛନ୍ତି ବହୁ କଳାକାର ।