ମା’ ଗାଳିକଲା ବୋଲି ରଶିରେ ଝୁଲିଗଲା ପୁଅ
ମା’ ଗାଳିକଲା ବୋଲି ରଶିରେ ଝୁଲିଗଲା ପୁଅ
ଭୁବନେଶ୍ୱର : ସାମାନ୍ୟ ଗାଳିମନ୍ଦକୁ ନେଇ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି । କୌଣସି କାରଣରୁ ମା’ ତାଙ୍କୁ ଗତରାତିରେ ଗାଳିଗୁଲଜ କରିଥିଲେ । ତେବେ ଏଥିରେ ବ୍ୟଥିତ ହୋଇ ନାବାଳକ ଜଣଙ୍କ ନଦୀପଠାରେ ଥିବା ଏକ ପଣସ ଗଛରେ ରଶି ଦେଇ ଆତ୍ମହତ୍ୟା କରିଦେଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ବୟସ ୧୫ ବର୍ଷ । ବାପା ବୋଉଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ମା’ ପୁଅ ମାମୁଁ ଘରେ ରହୁଥିଲେ । ମାମୁଁଙ୍କ ସେଲୁନରେ ବି ପୁଅ କାମ କରି ବେଶ ଦିପଇସା ରୋଜଗାର କରିପାରୁଥିଲା ।
କିନ୍ତୁ ଗତକାଲି ପିଲାଟି ବାହାରେ ଦୁଷ୍ଟାମୀ କରିଥିବାରୁ ତାଙ୍କ ମାଆ ବିରକ୍ତ ହୋଇଥିଲେ । ଆକଟ କରିବାକୁ ଯାଇ ଅନେକ କଥା କହିଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲା ନାବାଳକ । ମାଆଙ୍କ କଥାକୁ ବେଶ ଗୁରୁତର ସହ ଗ୍ରହଣ କରି ମ୍ରିୟମାଣ ହୋଇଯାଇଥିଲା । ତେଣୁ ସେ ରାଗରେ ନଦୀ ପଠାକୁ ପଳାଇଥିଲା । ସେଠାରେ ଏକ ପଣସ ଗଛରେ ଏକ ମାଛଧରା ଜାଲରେ ଫାଶୀ ଲଗାଇ ଦେଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ପିଲାର ପରିବାରବର୍ଗର ଆଖିରୁ ଲୁହ ଶୁଖୁନାହିଁ ।




admin 