ମାରୱାଡି ମଂଚ ଓ ଜାଗୃତି ଶାଖା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ମାରୱାଡି ମଂଚ ଓ ଜାଗୃତି ଶାଖା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ମାରୱାଡି ମଂଚ ଓ ଜାଗୃତି ଶାଖା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ବଲାଙ୍ଗିର:ବର୍ତମାନ ଦେଶରେ ସିଏଏ, ଏନପିଆର, ଏନଆରସିକୁ ନେଇ ହିନ୍ଦୁ ଓ ମୁସଳିମ ସମ୍ପ୍ରଦାୟର ନାଗରିକତାକୁ ନେଇ ବିଭିନ୍ନ ଅରୁଚିକ ପରସ୍ଥିତି ଦେଖିବାକୁ ମିଳୁଥିବାବେଳେ ଜଣେ ମୁସଲିମ ସମ୍ପ୍ରଦାୟର ଯୁବକ ସମୀର ଖାନଁଙ୍କୁ ବଲାଙ୍ଗିର ଜିଲା ତୁଷୁରା ମାରୱାଡି ମଂଚ ଓ ଜାଗୃତି ଶାଖା ପକ୍ଷରୁ ସାତ ହଜାର ଟଙ୍କା ଆର୍ଥିକ ସହାୟତା କରି ଏକ ଭାଇଚାରାର ବାର୍ତା ଦେଇଛନ୍ତି । ସୂଚନା ଅନୁଯାଇ ବଲାଙ୍ଗିର ଜିଲା ତୁଷୁରା ସହରର ଚିକିସôାଳୟ ପାଖରେ ଏକ ଭଡା ଘରେ ସମୀର ଖାନଁ ରୁହନ୍ତି । ପ୍ରାୟ ଏକ ବର୍ଷ ହେଲାଣି କର୍କଟରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ଚିକିସôା ନକରିପାରି ଭଗବାନ ଭରସାରେ ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ସମୀର । ସେ ବିଭିନ୍ନ ଗ୍ରାମରେ ମାର୍ବଳ ମିସ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଛଅ ମାସ ହେବ ସମୀରଙ୍କ ମୁହରେ କର୍କଟ ରୋଗ ହୋଇଥିବା ଜଣାପଡିବା ପରେ ସବୁକିଛି ଭାଙ୍ଗି ଚୁରମାର ହୋଇଯାଇଛି । ଅର୍ଥ ନଥିବାରୁ କଟକରୁ ଫେରିଆସିଲେ ନିଜ ସହରକୁ । ତାପରେ ସାହାଯ୍ୟ ପାଇଁ ଏନଏସି ଅଧ୍ୟକ୍ଷା, ବ୍ଳକ ଅଧ୍ୟକ୍ଷ, ଶିଶୁ ମହିଲା ବିକାଶ ମନ୍ତ୍ରୀଙ୍କୁ ନିଜ ଦୁଃଖ ବଖାଣିବାରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୫ ହଜାର ଟଙ୍କା ଦେଇଛନ୍ତି । ତାହା ସମୁନ୍ଦ୍ରକୁ ଶଙ୍ଖେ ସଦୃଶ । ଏବେ ଭଗବାନ ହିଁ ଭରସା ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି ସ୍ତ୍ରୀ ବନିତା । ତାଙ୍କର ଦୁଇଟି ଝିଅ ସ୍ଥାନିୟ ନୋଡାଳ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢନ୍ତି । ସମୀରଙ୍କ କୌଣସି ଜମି ବାଡି ନଥିବା ବେଳେ ବନିତାର ମା ଘର ମଧ୍ୟ ଅତି ଗରିବ । ନିଜ ପେଟ ପୋଷିବା କଷ୍ଟକର ହୋଇ ପଡୁଥିବା ବେଳେ ରୋଗୀ ପାଇଁ ଔଷଧ କିଣିବା ସମ୍ଭବ ହେଉଥିବ କିପରି । ଯଦି ଏଥିପ୍ରତି ବିଭାଗୀୟ ଉଚ୍ଚକତୃପକ୍ଷ ଦୃଷ୍ଟି ଦେଇ ସହାୟତାର ହାତ ବଢାନ୍ତି ତେବେ ଏକ ମୁଲ୍ୟବାନ ଜୀବନ ବଂଚିପାରିବ ।