ଫୋନି ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ : ଏସଆରସି

ଫୋନି ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ : ଏସଆରସି

ଫୋନି ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ : ଏସଆରସି
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା "ଫୋନି ର ମୁକାବିଲା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି । ଏହାସହ ଏନଡିଆର୍ଏଫର ୧୨ଟି, ଓଡ୍ରାଫର ୨୦ଟି ଓ ୨୩୦ ଅଗ୍ନିଶମ ୟୁନିଟ୍ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ସେ କହିଛନ୍ତି ଯେ ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ । ଆମେ ଆଇଏମଡି ଓ ୟୁଏସନେଭି ତଥ୍ୟକୁ ଜିଲ୍ଲାପାଳମାନଙ୍କୁ ଜଣାଉଛୁ । "ଫୋନି' ପ୍ରଭାବରେ ୨ ତାରିଖରୁ ଉପକୂଳ ଅଂଚଳରେ ବର୍ଷା ହେବ । ୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ନାହିଁ । ଏହାର ପ୍ରଭାବ ଓଡିଶାର ୧୨ଟି ଜିଲ୍ଲାରେ ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଉପରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଇଛି । ଫୋନିର ମୁକାବିଲା କରିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କର୍ମଚାରୀ ମାନଙ୍କୁ ସଜାଗ ରହିବା ପାଇଁ ନିଦେ୍ର୍ଧଶ ଦିଆ ଯାଇଛି । ପୁରୀରୁ କୋଣାର୍କ ଭିତରେ ସମ୍ଭବତଃ ଚନ୍ଦ୍ରଭାଗ ପାଖରେ ସ୍ଥଳଭାଗକୁ ଧସେଇ ପଶି ପାରେ ‘ଫୋନି’ । ସ୍ଥଳଭାଗ ଛୁଇଁବାବେଳକୁ ପବନର ବେଗ ଘଂଟା ପ୍ରତି ୧୮୦ କିଲୋମିଟର ଟପିପାରେ । ମଝିରେ ମଝିରେ ପବନର ଧକ୍କା ଘଂଟା ପ୍ରତି ୨୦୦ କି.ମି ଛୁଇଁପାରେ । ପ୍ରାୟ ୧୨ ଘଂଟା ଧରି ଓଡିଶାରେ ତାଣ୍ଡବ ରଚାଇବ ଏହି ଫୋନି । ପ୍ରଳୟଙ୍କାରୀ ପବନ ସାଙ୍ଗକୁ ଲଗାଣ ବର୍ଷା ଛାରଖାର କରିଦେବ ଉପକୂଳ ଓଡିଶାକୁ । ତିତିଲ୍ ଠାରୁ ଏହା ଆହୁରୀ ଭୟଙ୍କର ବୋଲି ଅନୁମାନ କରାଯାଉଛି । ଏଥିରେ ସାରା ଓଡିଶା ପ୍ରଭାବିତ ହେବ । ୨ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି ।