ମାର୍ଚ୍ଚ ୩୧ ସୁଦ୍ଧା ଆପଣ ପାନ୍‌ କାର୍ଡ ସହ ଆଧାର ଲିଙ୍କ କରନ୍ତୁ , ନଚେତ୍ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ

ମାର୍ଚ୍ଚ ୩୧ ସୁଦ୍ଧା ଆପଣ ପାନ୍‌ କାର୍ଡ ସହ ଆଧାର ଲିଙ୍କ କରନ୍ତୁ , ନଚେତ୍ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ

ମାର୍ଚ୍ଚ ୩୧ ସୁଦ୍ଧା ଆପଣ ପାନ୍‌ କାର୍ଡ ସହ ଆଧାର ଲିଙ୍କ କରନ୍ତୁ , ନଚେତ୍ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ
ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆପଣ ପାନ୍‌ କାର୍ଡ ସହ ଆଧାର ଲିଙ୍କ କରିବେ ନାହିଁ, ତା’ହେଲେ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏଥିପାଇଁ ଆପଣଙ୍କୁ କେବଳ ୧ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ ନାହିଁ, ବରଂ ଆପଣଙ୍କ ପାନ୍‌ କାର୍ଡ ମଧ୍ୟ ଅବୈଧ ହୋଇଯିବ । ଫାଇନାନ୍ସ ବିଲ୍‌ ୨୦୨୧ରେ ସଂଶୋଧନ କରାଯାଇ ଏ ସମ୍ପର୍କରେ ଏକ ସେକସନ୍‌ ଯୋଡ଼ା ଯାଇଛି । ମଙ୍ଗଳବାର ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି । ବିଲ୍‌ ପାସ୍‌ କରିବା ବେଳେ ଅର୍ଥ ବିଲ୍‌ ୨୦୨୧ରେ ସରକାର ନୂଆ ସେକସନ ଭାବେ ୨୩୪ଏଚ୍‌କୁ ଯୋଡ଼ିଛନ୍ତି। ଆୟକର ଟିକସ ଆଇନ୍‌ ୧୯୬୧ରେ ଏହାକୁ ସାମିଲ କରାଯାଇଛି । ଯେଉଁମାନେ ମାର୍ଚ୍ଚ ୩୧ ସୁଦ୍ଧା ପାନ୍‌ ସହ ଆଧାରକୁ ଲିଙ୍କ କରି ନଥିବେ, ସେମାନଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ଏଥିରେ ପ୍ରାବଧାନ ରହିଛି । ଜୋରିମାନା ଅର୍ଥ ୧୦୦୦ ଟଙ୍କାରୁ କମ ହୋଇପାରେ। କିନ୍ତୁ ତା’ଠାରୁ ଅଧିକ ହେବ ନାହିଁ ।