ଏମିତି ମୃତୁ୍ୟ ହେଲେ ମିଳିବନି ବୀମା ରାଶି

ଏମିତି ମୃତୁ୍ୟ ହେଲେ ମିଳିବନି ବୀମା ରାଶି

ଏମିତି ମୃତୁ୍ୟ ହେଲେ ମିଳିବନି ବୀମା ରାଶି
ନୂଆଦିଲ୍ଲୀ: ମଦ ପିଇବା ଯୋଗୁଁ ମୃତୁ୍ୟ ହେଲେ ଏହାକୁ ଦୁର୍ଘଟଣା ବୋଲି ବିଚାର କରାଯିବ ନାହିଁ । ତେଣୁ ଏ କ୍ଷେତ୍ରରେ ବୀମା ରାଶି ମିଳିପାରିବ ନାହିଁ । ଏକ ମୃତୁ୍ୟ ଘଟଣାରେ ବୀମା ଦାବି ପାଇଁ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରି ସୁପି୍ରମକୋର୍ଟ ଏହା କହିଛନ୍ତି । ସୁପି୍ରମକୋର୍ଟ କହିଛନ୍ତି, ଏହା କୌଣସି ଦୁର୍ଘଟଣା ନୁହେଁ । ଏଣୁ ଏଥିରେ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ । ସୁପି୍ରମକୋର୍ଟ କହିଛନ୍ତି ଯେ, ପ୍ରତ୍ୟକ୍ଷ ଦୁର୍ଘଟଣା କ୍ଷେତ୍ରରେ ବୀମା ରାଶି ପ୍ରଦାନ କରିବା ବୀମା କମ୍ପାନୀର ଦାୟିତ୍ୱ । ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତୁ୍ୟ କ୍ଷେତ୍ରରେ ନୁହେଁ । ଜଷ୍ଟିସ ବିନୀତ ସରଣ ଏବଂ ଜଷ୍ଟିସ ଏମ ଏମ ସାନ୍ତନଗୌଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ଏକ ନିଷ୍ପତ୍ତିକୁ କାଏମ ରଖି କହିଛନ୍ତି ଯେ, ବୀମା ନୀତି ଅନୁସାରେ ଏଭଳି ମାମଲାରେ ବୀମା ରାଶି ପ୍ରଦାନ କରିବାର କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ । ମୃତୁ୍ୟ ଦୁର୍ଘଟଣା ନୁହେଁ ବରଂ ମଦ ପିଇବା ଯୋଗୁ ହୋଇଛି । ତେଣୁ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ । ୨୦୦୯ ଏପି୍ରଲ ୨୪ରେ ରାଷ୍ଟ୍ରୀୟ ଆୟୋଗ ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତିଙ୍କ ମୃତୁ୍ୟକୁ ନେଇ ନିଷ୍ପତ୍ତି ନେଇଥିଲେ ଯେ, ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତୁ୍ୟ ବରଣ କରିଛନ୍ତି । ତେଣୁ ତାଙ୍କ ସର୍ମ୍ପକୀୟଙ୍କୁ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ । ଅତ୍ୟଧିକ ମଦ୍ୟପାନ ଯୋଗୁଁ ହିମାଚଳ ପ୍ରଦେଶ ରାଜ୍ୟ ବନ ଉନ୍ନୟନ ନିଗମରେ କାର୍ଯ୍ୟରତ ଜଣେ ଚୌକିଦାରଙ୍କ ମୃତୁ୍ୟ ହୋଇଥିଲା । ଏହା ପରେ ଆଇନତଃ ତାଙ୍କ ଉତ୍ତରାଧିକାରୀ ନର୍ବଦା ଦେବୀ ବୀମା କ୍ଲେମ ଆବେଦନ କରିଥିଲେ ।