ମା' ତାରାତାରିଣୀଙ୍କ ଦର୍ଶନ କଲେ ନବୀନ, ପ୍ରସାଦ ବାଣ୍ଟିଲେ

ମା' ତାରାତାରିଣୀଙ୍କ ଦର୍ଶନ କଲେ ନବୀନ, ପ୍ରସାଦ ବାଣ୍ଟିଲେ

ମା' ତାରାତାରିଣୀଙ୍କ ଦର୍ଶନ କଲେ ନବୀନ, ପ୍ରସାଦ ବାଣ୍ଟିଲେ
ଭୁବନେଶ୍ୱର: ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତରିଣୀ ମନ୍ଦିର ଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କୁ ମାଙ୍କ ପ୍ରସାଦ ବାଣ୍ଟି ଥିଲେ ନବୀନ। ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବାହାରେ ରହୁଥିବା ଓଡ଼ିଶାବାସୀ ମଧ୍ୟ ଲକ୍ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ। ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଥିଲେ । ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ। ପରିସ୍ଥିତିରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲାରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟିଥିଲେ।