ମହେଶ ଭଟ୍ଟ ଏବଂ ଉର୍ବଶୀ ରୌଟେଲାଙ୍କୁ ମହିଳା କମିଶନଙ୍କ ନୋଟିସ୍

ମହେଶ ଭଟ୍ଟ ଏବଂ ଉର୍ବଶୀ ରୌଟେଲାଙ୍କୁ ମହିଳା କମିଶନଙ୍କ ନୋଟିସ୍

ମହେଶ ଭଟ୍ଟ ଏବଂ ଉର୍ବଶୀ ରୌଟେଲାଙ୍କୁ ମହିଳା କମିଶନଙ୍କ ନୋଟିସ୍
ମୁମ୍ବାଇ : ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ସମେତ ଏକାଧିକ ଅଭିନେତା ଓ ଅଭିିନେତ୍ରୀଙ୍କୁ ମହିଳା କମିିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏକ ଯୌନ ନିର୍ଯାତନା ମାମଲାରେ ସମାଜସେବୀ ୟୋଗିତା ଭାବନାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଏହି ନୋଟିସ ଜାରି କରାଯାଇଛି । ମହେଶ ଭଟ୍ଟ ଏବଂ ଉର୍ବଶୀଙ୍କ ସମେତ ଇଶା ଗୁପ୍ତା, ରଣବିଜୟ ସିଂଘା, ମୌନୀ ରୟ ଏବଂ ପ୍ରିନ୍ସ ନରୁଲାଙ୍କୁ ନୋଟିସ୍ ଜାରି କରାଯାଇଛି । ମହେଶ ଭଟ୍ଟଙ୍କ କମ୍ପାନୀ ଆଇଏମ୍ଜିର ଜନୈକ ପ୍ରମୋଟର ସନ୍ନି ବର୍ମାଙ୍କ ନାମରେ ଏକାଧିକ ମହିଳାଙ୍କୁ ଯୌନ ଶୋଷଣର ଅଭିଯୋଗ ଆସିଥିଲା । ଏହି ମାମଲାରେ ସମସ୍ତଙ୍କୁ ଅଗଷ୍ଟ ୧୮ ତାରିଖ ଦିନ ୧୧.୩୦ ମିନିଟ୍ରେ ହାଜର ହେବା ପାଇଁଁ କୁହାଯାଇଛି । ଅନୁପସ୍ଥିତ ରହିଲେ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଧମକ ଦେଇଛନ୍ତି ମହିଳା କମିଶନ ।