ଓଟିଟି ପ୍ଲାଟଫର୍ମ ମୁହାଁ ଓଲିଉଡ ପ୍ରଯୋଜନା ସଂସ୍ଥା

ଓଟିଟି ପ୍ଲାଟଫର୍ମ ମୁହାଁ ଓଲିଉଡ ପ୍ରଯୋଜନା ସଂସ୍ଥା

ଓଟିଟି ପ୍ଲାଟଫର୍ମ ମୁହାଁ ଓଲିଉଡ ପ୍ରଯୋଜନା ସଂସ୍ଥା
ଚନ୍ଦ୍ରଶେଖରପୁର: ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଚଳଚ୍ଚିତ୍ର ରୋମିଓ ରାଜା ସଫଳ ହେବା ପରେ ଏବେ ଆଉ ୩ ପ୍ରଯୋଜନା ସଂସ୍ଥା ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଥିବା ସୂଚନା ମିଳିଛି । ଆରଆର ଇଭେଣ୍ଟସ ସାଇନିଂ କି ଫିଲ୍ମସ ଓ କଳିଙ୍ଗ ସିନେ ଆର୍ଟସ ପକ୍ଷରୁ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେଣୁ ବଲିଉଡ ସହ ତାଳ ଦେଇ ଏଣିକି ଓଡ଼ିଆ ଚଳଚ୍ଚିତ୍ର ଜଗତ ଓଟିଟି ପ୍ଲାଟଫର୍ମରେ ନିଜର ଅସ୍ତିତ୍ୱ ଜାହିର କରିବ ବୋଲି ସିନେ ସମୀକ୍ଷକମାନେ ଆଶାପୋଷଣ କରିଛନ୍ତି ଓଟିଟି ପ୍ଲାଟଫର୍ମ ଆଗାମୀ ଦିନର ଭବିଷ୍ୟତ । ମହାମାରୀ କରୋନା ପାଇଁ ପ୍ରେକ୍ଷାଳୟ ସବୁ ବନ୍ଦ ହେବା ପରେ ଚଳଚ୍ଚିତ୍ର ଜଗତ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ତେବେ ଓଡ଼ିଆ ଚଳଚ୍ଚିତ୍ର ‘ରୋମିଓ ରାଜା’ ପ୍ରଥମ କର ପରୀକ୍ଷାମୂଳକ ଭାବେ ଓଟିଟିରେ ରିଲିଜ ହୋଇ ଭଲ ଆୟ କରିଛି ବୋଲି ଏସକେଏଫ ନିଦେ୍ର୍ଧଶକ ରାକେଶ ସାମଲ ପ୍ରକାଶ କରିଛନ୍ତି । ତେଣୁ ଉପରୋକ୍ତ ୩ ପ୍ରଯୋଜନା ସଂସ୍ଥା ଏବେ ଓଟିଟି ମୁହାଁ ହୋଇଛନ୍ତି । କରୋନା ସଂକଟ ସମୟରେ କିଛି ଘରୋଇ ଟିଭି ଚ୍ୟାନେଲ ନିଜର ଚ୍ୟାନଲ ପାଇଁ ଟେଲିଫିଲ୍ମ ତିଆରି କରୁଛନ୍ତି । ମାତ୍ର ଅନ୍ୟ ସବୁ ପ୍ରଯୋଜନା ସଂସ୍ଥା ହାତବାନ୍ଧି ବସିଛନ୍ତି । ଫଳରେ ଶହ ଶହ କଳାକାର ଓ ଚଳଚ୍ଚିତ୍ର ଜଗତ ସହ ଯୋଡ଼ି ହୋଇଥିବା ବ୍ୟକ୍ତିମାନେ ରୋଜଗାର ହରାଇଛନ୍ତି ।