ମହାମାରୀରେ ମହାଦୁର୍ନୀତି: ନିରଞ୍ଜନ ।

ମହାମାରୀରେ ମହାଦୁର୍ନୀତି: ନିରଞ୍ଜନ ।

ମହାମାରୀରେ ମହାଦୁର୍ନୀତି: ନିରଞ୍ଜନ ।
କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ମାସ୍କ କିଣାରେ ମହାଦୁର୍ନୀତି ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ, ତାମିଲନାଡ଼ୁର ଏକ ସଂସ୍ଥାରୁ ୧୬ ଟଙ୍କା ଦାମରେ ୩୦ ଲକ୍ଷ ମାସ୍କ ଆସିଛି । ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି । ସରକାରୀ ସଂସ୍ଥାରୁ ସାମଗ୍ରୀ କିଣିବାର ନିୟମ ଥିବାବେଳେ ଓଡ଼ିଶାରେ ତାହା କରାଯାଇନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ । ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର । ତେବେ ଏଥିପାଇଁ ମନ୍ତ୍ରୀ ନିଜେ ଉତ୍ତରଦାୟୀ ବୋଲି ସେ ଜାଣିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ଆରଟିପିସିଆର ମେସିନ ଦାମ ୪ରୁ ୫ ଲକ୍ଷ । ମାତ୍ର ଏହାକୁ ୧୨.୮୪ ଲକ୍ଷରେ କିଣାଯାଇଛି । କୋଭିଡ ମେସିନ ପାଇଁ ଗୋଟି କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦିଆଯାଇଛି । ପିପିଇ ମଧ୍ୟ ବହୁ ଅଧିକ ଦାମରେ କିଣା ଯାଇଛି । ପିପିଇ ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା । କିନ୍ତୁ ତାହା କରାଯାଇନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ରବିବାର ଏହି ମାମଲାରେ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବି କରାଯାଇଥିଲା । ଦେଢ ଟଙ୍କାର ମାସ୍କକୁ ୧୬ ଟଙ୍କାରେ କିଣାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଯଦି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆତ୍ମସମ୍ମାନ ଥାଏ ତେବେ ସେ ତୁରନ୍ତୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କ ପଦବୀରେ ରହିବାର ଅଧିକାର ନଥିବା କଂଗ୍ରେସ ନେତା ସୁଦର୍ଶନ ଦାସ କହିଥିଲେ । ବହୁ ରାଜ୍ୟ ଇ-ପୋର୍ଟାଲରେ ମାସ୍କ କିଣିଲେ । ରାଜ୍ୟ ଟେଣ୍ଡର କରି ପରେ ବାତିଲ କଲା । ରାଜ୍ୟ ଔଷଧ ନିଗମ କେଳେଙ୍କାରୀର ଉତ୍ତର ଦାୟିତ୍ୱ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ କହିଥିଲେ । ଏପରିକି ଏହି ଘଟଣାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ସୁଦର୍ଶନ ଦାସ କହିଥିଲେ । ଶନିବାର ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, କୋଭିଡ-୧୯ ମୁକାବିଲା କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସାଜ ସରଞ୍ଜମ କିଣା ଯାଇଛି ବା ନିଷ୍ପତ୍ତି ନିଆଯାଇଛି ସେଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ । ଯଦି କୌଣସି ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତେବେ ସେ ଆଇନର ଆ୍ୟୟ ନେଇପାରିବେ । ସବୁ ପ୍ରକାର ଆହ୍ୱାନକୁ ରାଜ୍ୟ ସରକାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ରମନ୍ତ୍ରୀ ନବକିଶୋର ଦାସ କହିଥିଲେ ।