ଅଫିସ ପାଇଁ କରୋନା ଗାଇଡଲାଇନ ଜାରୀ ।

ଅଫିସ ପାଇଁ କରୋନା ଗାଇଡଲାଇନ ଜାରୀ ।

ଅଫିସ ପାଇଁ କରୋନା ଗାଇଡଲାଇନ ଜାରୀ ।
ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିସାରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ତେବେ ଏହାରି ଭିତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସରକାରୀ କର୍ମଜାରୀ ଓ ବିଭାଗଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଜାରି ହୋଇଥିବା କଟକଣାକୁ କଡ଼ାକଡ଼ିଭାବେ ପାଳନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ସମ୍ପୃକ୍ତ ନିୟମଗୁଡ଼ିକ ହେଲା: ୧- ଅଫିସରେ ସାମାଜିକ ଦୂରତା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବ ୨- ଅଫିସରେ କର୍ମଚାରୀମାନେ ଏକାଠି ହେବା କିମ୍ବା ବୈଠକ କରିପାରିବେ ନାହିଁ ୩- ସମସ୍ତ ଅଧିକାର, କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ୪- ଡ୍ରାଇଭର, ସିକୁ୍ୟରିଟି ଗାର୍ଡ ଓ ଜଗୁଆଳିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ୫- ନିୟମିତ ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବେ ୬- କର୍ମଚାରୀ ଓ ଭିଜିଟର ଅଫିସ ପରିସରରେ ଛେପ ପକାଇବା ଦଣ୍ଡନୀୟ ୭- କଟକଣା ଖିଲାପ କଲେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠା ନହେବ