ପରଲୋକରେ ବିଶିଷ୍ଟ ଚିକିତ୍ସକ ଡା. ସନାତନ ରଥ ।

ପରଲୋକରେ ବିଶିଷ୍ଟ ଚିକିତ୍ସକ ଡା. ସନାତନ ରଥ ।

ପରଲୋକରେ ବିଶିଷ୍ଟ ଚିକିତ୍ସକ ଡା. ସନାତନ ରଥ ।
ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ଆଜି କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଜଣେ ଖ୍ୟାତନାମା ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏଥିସହ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସଫଳ ନ୍ୟୁରୋସର୍ଜନ ଭାବେ ତାଙ୍କର ଖ୍ୟାତି ଥିଲା। ଦିବଂଗତ ଡା.ରଥଙ୍କର ଜଣେ ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କ ପରଲୋକରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ବାତାବରଣ ଦେଖିବାକୁ ମିଳିଛି। ସେ ୧୯୭୬ ମସିହା ଜୁଲାଇ ୨୫ ତାରିଖରୁ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମହିସାରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିଲେ। ୧୯୬୨ରେ ପାଟ୍ନା ବିଶ୍ବ ବିଦ୍ୟାଳୟରୁ ସର୍ଜରୀ ବିଭାଗରୁ ସ୍ନାତକତ୍ତୋର ଶିକ୍ଷା ଲାଭ କରିଥିଲେ। ୧୯୬୫ରେ ସେ ଭେଲୋର୍ ମେଡିକାଲ୍ କଲେଜ୍ରୁ ନ୍ୟୁରୋ ସର୍ଜରିରେ ସ୍ନାତକତ୍ତୋର କରିଥିଲେ। ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସେ ସହକାରୀ ପ୍ରଫେସର୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍ଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।