ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ନୂଆ ଯୁଗ, ପ୍ରଥମ ଘରୋଇ ରକେଟର ମହାକାଶ ଯାତ୍ରା

ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ନୂଆ ଯୁଗ, ପ୍ରଥମ ଘରୋଇ ରକେଟର ମହାକାଶ ଯାତ୍ରା

ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ନୂଆ ଯୁଗ, ପ୍ରଥମ ଘରୋଇ ରକେଟର ମହାକାଶ ଯାତ୍ରା

ନୂଆଦିଲ୍ଲୀ  : ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ନୂଆ ଯୁଗ। ଆଜି ମହାକାଶକୁ ଯାତ୍ରା କରିବ ଭାରତର ପ୍ରଥମ ଘରୋଇ ରକେଟ୍‌ ବିକ୍ରମ-୧ । ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏହା ପ୍ରଥମ । ଘରୋଇ କମ୍ପାନୀ ସ୍କାଏରୁଟ୍‌ ଏରୋସ୍ପେସ୍‌ ବିକଶିତ କରିଛି ଏହି ରକେଟ୍‌ । ଶ୍ରୀହରିକୋଟାରୁ ଲଞ୍ଚ୍‌ କରିବ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୧୧ଟା ୩୦ରେ ମହାକାଶକୁ ଯାତ୍ରା କରିବ ବିକ୍ରମ-୧ । ମିସନ୍‌ର ନାଁ ରହିଛି ପ୍ରାରମ୍ଭ । ୬ ମିଟର ଲମ୍ବର ଏହି ରକେଟ ୩ଟି ସାଟେଲାଇଟ୍‌ ନେଇ ମହାକାଶକୁ ଯାତ୍ରା କରିବ । ଏଥିରୁ ୨ଟି ଘରୋଇ ଓ ଗୋଟିଏ ବିଦେଶୀ ସାଟେଲାଇଟ୍‌ ।