ମହାନଦୀର ବିଭିନ୍ନ ଘାଟ ଲୋକାରଣ୍ୟ, ଡଙ୍ଗାରେ ପୁରି ଗଲା ଘାଟ

ମହାନଦୀର ବିଭିନ୍ନ ଘାଟ ଲୋକାରଣ୍ୟ, ଡଙ୍ଗାରେ ପୁରି ଗଲା ଘାଟ

ମହା ଆଡମ୍ବର ଓ ଭକ୍ତି ପୂଣ୍ଣ ପରିବେଶରେ ପବିତ୍ର କାତ୍ତିକ ପୁଣ୍ଣିମା ତିଥିରେ ସମ୍ବଲପୁର ସହରରେ ପାଳିତ ହୋଇ ଯାଇଛି ଡଙ୍ଗା ଭସା । ଓଡିଆ ଜାତିର ଅନନ୍ୟ ପରଂପରା ବୋଇତ ବନ୍ଦାଣ ସହରବାସୀ ମହନଦୀର ବିଭିନ୍ନ ଘାଟରେ ଡଙ୍ଗା ଭସାଇ ପରମ୍ପରା ପାଳନ କରିବା ସହ ଦେବଦେବୀଙ୍କ ଦର୍ଶନ କରିଥିଲେ। ଓଡିଆ ଜାତୀର ଏହି ଅନ୍ୟତମ ପ୍ରମୁଖ ପର୍ବରେ ଭୋର ସକାଳୁ ଯାଇ ବିଭିନ୍ନ ମନ୍ଦିର ବାହାରେ ଦେବ ଦର୍ଶନ କରିଥିଲେ ।‌ ତେଵେ ଭୋର ସକାଳୁ ସମ୍ବଲପୁର ବାସିନ୍ଦା ମହାନଦୀ ଘାଟରେ ଡଙ୍ଗା ଭସାଇ ଏହି ମହାନ ପରମ୍ପରାକୁ ପାଳନ କରିଥିଲେ। ହିନ୍ଦୁ ଧର୍ମରେ କାର୍ତ୍ତିକ ପୁର୍ଣ୍ଣିମା ତିଥିର ବହୁତ ମହତ ଉଦ୍ଧେଶ୍ୟ ରହି ଆସିଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ମହାସ୍ନାନ କରି ଦେବଦର୍ସନ କଲେ ପୁଣ୍ୟ ମିଳିଥାଏ ।