ମସୁର ଡାଲିକୁ ମୁହଁରେ ଏପରି ବ୍ୟବହାର କରନ୍ତୁ, ଦିଶିବେ ସୁନ୍ଦର
ମସୁର ଡାଲିକୁ ମୁହଁରେ ଏପରି ବ୍ୟବହାର କରନ୍ତୁ, ଦିଶିବେ ସୁନ୍ଦର
ଭୁବନେଶ୍ୱର: ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ । ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । କଣ ଆପଣ ଜାଣନ୍ତି ତ୍ୱଚ୍ଚା ପାଇଁ ମସୁର ଡାଲି କେତେ ଉପକାରୀ । ଏହା ତ୍ୱଚ୍ଚା ନରମ ଓ ଉଜ୍ୱଳ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ବ୍ୟବହାର କରିବେ...
- ମସୁର ଡାଲିକୁ ବାଟି ଏଥିରେ ମହୁ ଏବଂ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।
- ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ଯାଏଁ ମୁହଁରେ ଲଗାନ୍ତୁ । ପରେ ଧୀରେ ଧୀରେ ମସାଜ କରନ୍ତୁ । ଏହାପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
-ଆପଣ ଚାହିଁଲେ ଏଥିରେ କ୍ଷୀର ମିଶାଇ ମଧ୍ୟ ଲଗାଇ ପାରିବ । ସପ୍ତାହରେ ୨ ଥର ଏହି ଫେସ ପ୍ୟାକକୁ ଲଗାଇଲେ ରିଙ୍କଲ୍ସ ଦୂର ହେବା ସହ ମୁହଁର ଉଜ୍ଜଳତା ବଢ଼ିଥାଏ ।
- ଏକ ଚାମଚ ମସୁର ଡାଲି ଗୁଣ୍ଡରେ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ ।
- ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ଏଥିରେ ଏକ ଚୁଟକି ହଳଦୀ ମିଶାଇ ପାରିବ ।
- ଏହି ମିଶ୍ରଣକୁ ମୁହଁରେ ୧୦ରୁ ୧୫ ମିନିଟ ଯାଏ ଲଗାଇ ରଖନ୍ତୁ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
- ଯଦି ମୁହଁରେ କିଛି କଳା ଦାଗ ଥାଏ ତେବେ ଏହାକୁ ଦୂର କରିବା ପାଇଁ ମସୁର ଡାଲିକୁ ବାଟି ସେଥିରେ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।
- ଏଥିରେ ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇ ପାରିବ । ଏହି ମିଶ୍ରଣକୁ ମୁହଁ, ବେକ, ହାତ ଏବଂ ଗୋଡରେ ଥିବା କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ ।
ଏହି ପେଷ୍ଟକୁ ନିୟମିତ ବ୍ୟବହାର କଲେ ତ୍ୱଚାରେ ଥିବା ଦାଗ ଦୂର ହେବା ସହ ମୁହଁର ସୁନ୍ଦରତା ଧୀରେ ଧୀରେ ବଢ଼ିଥାଏ ।
ମସୁର ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ଏହାକୁ ଫେସ ପ୍ୟାକ ଭଳି ବ୍ୟବହାର କଲେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ତ୍ୱଚା ନରମ ହେବା ସହ ଚିକ୍କଣ ମଧ୍ୟ ହୋଇଥାଏ ।




admin 