ମନସ୍କାମାନା ପୂରଣ କରିବ ଗୋଲାପ

ମନସ୍କାମାନା ପୂରଣ କରିବ ଗୋଲାପ

ମନସ୍କାମାନା ପୂରଣ କରିବ ଗୋଲାପ

ଗୋଲାପ ଫୁଲକୁ ସମସ୍ତେ ଭଲ ପାଆନ୍ତି। ଲୋକମାନେ ନିଜ ଘରକୁ ଗୋଲାପ ଫୁଲରେ ସଜାଇବାକୁ ପସନ୍ଦ କରନ୍ତି। ଏହା ଘରର ସୌନ୍ଦର୍ୟ୍ୟକୁ ଆହୁରି ବଢାଇଥାଏ । ବାସ୍ତୁ ଅନୁଯାୟୀ, ଗୋଲାପ ସହିତ ଜଡିତ କିଛି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ ଟ୍ଟ

ମନୋସ୍କାମନା ପୂରଣ ପାଇଁ :

ଯଦି ଆପଣ ଇଚ୍ଛାକୃତ ଫଳ ପାଇବାକୁ ଚାହୁଁଛନ୍ତି, ତେବେ ଯେକୌଣସି ମାସର ଶୁକ୍ଲପକ୍ଷର ପ୍ରଥମ ମଙ୍ଗଳବାରରେ, ପ୍ରଭୁ ଶ୍ରୀ ହନୁମାନଙ୍କୁ ୧୧ ଟି ତାଜା ଗୋଲାପ ଫୁଲ ଚଢାନ୍ତୁ।  କ୍ରମାଗତ ୧୧ ମଙ୍ଗଳବାର ଏହି ଉପାୟକୁ କରନ୍ତୁ। ଏହାଦ୍ୱାରା ସଙ୍କଟମୋଚନ ହନୁମାନ ପ୍ରଶନ୍ନ ହୋଇ ମନୋକାମନା ପୂରଣ କରନ୍ତି।

ଧନ ଲାଭ ପାଇଁ :

କୌଣସି ଶୁକ୍ରବାର ସନ୍ଧ୍ୟାରେ ଗୋଲାପ ଫୁଲରେ ଏକ କର୍ପୂର ଖଣ୍ଡ ରଖି ଜାଳନ୍ତୁ। ଏହାକୁ ଜାଳିବା ପରେ ସେହି ଫୁଲକୁ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ଦୂର ହୋଇ ଧନ ଲାଭ ହୋଇଥାଏ।


ରୋଗ ଦୂର କରିବା ପାଇଁ :

ଏକ ପାନରେ ଗୋଲାପ ଫୁଲ ଏବଂ ବତାଶା ( ଚିନିର ଏକ ପ୍ରକାର ଭୋଗ) ରଖି ରୋଗୀର ଉପରୁ ୧୧ ଥର ବୁଲାଇ ଛକ ନିକଟରେ ପକାଇଦିଅନ୍ତୁ। ଏହା ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଆଣିଥାଏ ।

ଋଣରୁ ମୁକ୍ତି ପାଇବା ପାଇଁ :

୫ ଟି ଲାଲ୍ ଗୋଲାପ ଫୁଲ ନିଅନ୍ତୁ। ଧଳା କପଡ଼ାର ଚାରି କୋଣରେ ଏହି ଫୁଲଗୁଡ଼ିକ ମଧ୍ୟରୁ ୪ ଟି ବାନ୍ଧି ଦିଅନ୍ତୁ। ଏହା ପରେ, ପଞ୍ଚମ ଫୁଲକୁ କପଡା ମଝିରେ ରଖନ୍ତୁ। ପ୍ରସ୍ତୁତ ବଣ୍ଡଲକୁ ପ୍ରବାହିତ ନଦୀରେ ଭସାଇ ଦିଅନ୍ତୁ। ଏହା ଦ୍ୱାରା ଋଣରୁ ମୁକ୍ତି ମିଳିଥାଏ। ଏହା ସହିତ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ।