ମଧ୍ୟାହ୍ନ ଭୋଜନ ବିଫ ମଗାଇଲେ, ଶିକ୍ଷୟିତ୍ରୀ ଗିରଫ
ମଧ୍ୟାହ୍ନ ଭୋଜନ ବିଫ ମଗାଇଲେ, ଶିକ୍ଷୟିତ୍ରୀ ଗିରଫ
ଦିସପୁର: ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ବିଫ ମଗାଇ ଫସିଲେ ପ୍ରଧାନ ଶିକ୍ଷୟିତ୍ରୀ । ତାଙ୍କ ରୁଜୁ ହେଲା ମାମଲା। ଅନ୍ୟ ଶିକ୍ଷକଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ଆସାମ ଲଖିମପୁର ସ୍ଥିତ ଏକ ସ୍କୁଲରେ।
ପୁଲିସ ସୂଚନା ମୁତାବକ, ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗୋ’ମାଂସ ଆଣିଥିଲେ। ଏହା ଦେଖି ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକମାନେ ବିରୋଧ କରିଥିଲେ। ଏନେଇ ଲଖିମପୁର ପୁଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ଆଧାରରେ ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଛି।
ସ୍କୁଲର ଜଣେ ଶିକ୍ଷକଙ୍କ କହିବା ମୁତାବକ, ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲକୁ ଗୋ ମାଂସ ନେଇ ଆସିଥିଲେ। ୩ଟାରୁ ସେଢ଼ ୩ଟା ମଧ୍ୟରେ ଏହି ଗୋ ମାଂସକୁ ପରସିବା ପାଇଁ କହିଥିଲେ। ସେଠାରେ ଦୁଇ ଜଣ ହିନ୍ଦୁ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ଜାଣିବା ପରେ ବି ଶିକ୍ଷୟିତ୍ରୀ ସ୍କୁଲ ଭିତରକୁ ଗୋ ମାଂସ ନେଇ ଆସିଥିଲେ।




admin 