ମଦଦୋକାନରୁ କୋଟି କୋଟି ଟଙ୍କା ଟିକସ ରିହାତିକୁ କଟକ ଜିଲା କଂଗ୍ରେସ କମିଟିର ଦୃଢ ପ୍ରତିବାଦ ଓ ଧାରଣା
ମଦଦୋକାନରୁ କୋଟି କୋଟି ଟଙ୍କା ଟିକସ ରିହାତିକୁ କଟକ ଜିଲା କଂଗ୍ରେସ କମିଟିର ଦୃଢ ପ୍ରତିବାଦ ଓ ଧାରଣା
admin
May 25, 2021 - 03:01
Updated: May 25, 2021 - 03:01
କଟକ: କୋଭିଦ ମହାମାରୀ ସମୟରେ ପ୍ରଥମେ ହଜାର ହଜାର ନୂଆ ମଦ ଦୋକାନ ଖୋଲିବା, ଲକଡାଉନବେଳେ ମଦ ଦୋକାନ ଖୋଲା ରଖିବା, ଘରେ ଘରେ ଔଷଧ ଓ ଅମ୍ଳଜାନ ପହଞ୍ଚାଇବାରେ ବିଫଳହୋଇ, ମଦକୁ ଘରକୁ ପଠାଇବାର ବ୍ୟବସ୍ଥା କରିବା ଏବଂ ଶେଷରେ ୨୦୨୦ ଜୁନରୁ ଡିସେମ୍ବର ପର୍ଯ୍ୟନ୍ତ ମଦଦୋକନୀଙ୍କୁ ଟିକସ ଛାଡକରି ଓଡିଶା ସରକାର ମଦ୍ୟ, ମଦ୍ୟ ବ୍ୟବସାୟ ଓ ମଦ୍ୟପଙ୍କୁ ହାତେଇ ଆଗାମୀ ନିର୍ବାଚନ ଜିତିବା ପ୍ରୟାସ କରୁଥିବାରୁ, କଟକ ଜିଲା କଂଗ୍ରେସ କମିଟି ତାହାର ଦୃଢ ନିନ୍ଦା କରିଛି I ଆଜି କଟକ ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ଦିଗ୍ଦର୍ଶନକ୍ରମେ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ଼ ବିପ୍ଲବ ଶିଳାଦିତ୍ୟଙ୍କ ନେତୃତ୍ବରେ, କଟକ ଜିଲା ଛାତ୍ରକଂଗ୍ରେସ ସଭାପତି ଦୀପକ ମହାନ୍ତି, କଟକ ଜିଲା କଂଗ୍ରେସ କମିଟିର ଶିଶିର ରଥ, ସଚିଦାନନ୍ଦ ରାଉତ, ନରେଶ ବେହେରା, ସେକ ଅନିଶ କୁରେଶୀ, ଅରିଜିତ ପ୍ରସାଦ ରାଉତରାୟ, ସତ୍ୟଜିତ ସେଠି, ନିରଞ୍ଜନ ସାହୁ, ରୋହିତ କୁମାର ବେହେରା, ମାନସ ପ୍ରଧାନ ପ୍ରମୁଖ କଟକ ଜିଲପାଳଙ୍କ କାର୍ଯ୍ୟiଳୟ ସମ୍ମୁଖରେ ଧାରଣା ଦେବାପରେ ଜିଲପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ସବୁସ୍ତରରେ ସରକାରଙ୍କ ମଦ୍ୟପ୍ରସାର ନୀତିକୁ ବିରୋଧ କରାଯାଉଥିବାବେଳେ ପେଟ୍ରୋଲ ଓ ଡିଜେଲରୁ ଭ୍ୟାଟ କମାଇବା ବଦଳରେ ମଦ ବିକ୍ରେତାଙ୍କୁ ଖୁସି କରିବାକୁ ମଦଟିକସ କମାଇବାଦ୍ଵାରା, ଏହା ଆଇନ ଶ୍ରୁଙ୍ଖଳାକୁ ଆହୁରି ବିପର୍ଯୟ କରିବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।