ମଟନ ପାଇଁ ମର୍ଡର

ମଟନ ପାଇଁ ମର୍ଡର

ମଟନ ପାଇଁ ମର୍ଡର
ରାଉରକେଲା: ମଟନ ଖାଇ ବକେୟା ନ ଶୁଖିବା କାଳ ହେଲା । ବାକି ଟଙ୍କା ଗଲା ଜୀବନ । ମାତ୍ର ୩ ହଜାର ଟଙ୍କା ନ ଶୁଝିବାରୁ ଜଣେ ମାଂସ ଦୋକାନୀ ରାଉରକେଲା ଇସ୍ପାତ କାରଖାନା (ଆରଏସପି) କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏହି କାଣ୍ଡ ଭିଆଇ ଅଭିଯୁକ୍ତମାନେ ଫେରାଇ ହୋଇଯାଇଛନ୍ତି । ଏଭଳି ଘଟଣା ସହରର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକାନଗର ‘ସି’ ସେକ୍ଟର ଅଞ୍ଚଳରେ ଘଟିଛି । ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି । ତିଲକାନଗର ସେକ୍ଟର ସି ଅଞ୍ଚଳରେ ରହୁଥିବା ଆରଏସପିର ଟିଆରଏମ ବିଭାଗରେ ପଦ୍ମଲୋଚନ ପୂର୍ତ୍ତି କର୍ମଚାରୀ ଭାବେ କାମ କରନ୍ତି । ସେହି ଅଞ୍ଚଳରେ ଥିବା ମାଂସ ଦୋକାନୀ ଦେବାଶିଷ ସାହୁଙ୍କ ଠାରୁ ସେ ମାଂସ ନେଉଥିଲେ । ତେବେ ମାଂସ ବାବଦକୁ ୩ ହଜାର ଟଙ୍କା ବାକି ରହିଥିଲା । ଗତ ଶୁକ୍ରବାର ବାକି ଟଙ୍କାକୁ କେନ୍ଦ୍ର କରି ପଦ୍ମ ଲୋଚନକଙ୍କୁ ଦେବାଶିଷ ଘରୁ ଘୋଷାଡ଼ି ଆଣି ସ୍ଥାନୀୟ ବିଦୁ୍ୟତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା । ଏହା ପରେ ପଦ୍ମଲୋଚନ ନିଜ ଘରକୁ ପଳାଇ ଯାଇଥିଲେ । ସକାଳେ ପଦ୍ମଲୋଚନଙ୍କର ମୃତୁ୍ୟ ଘଟିଥିଲା । ଏ ନେଇ ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି ।