ମଝିଆ ଭାଇକୁ ହାଣିଲେ ଦୁଇ ଭାଇ ।

ମଝିଆ ଭାଇକୁ ହାଣିଲେ ଦୁଇ ଭାଇ ।

ମଝିଆ ଭାଇକୁ ହାଣିଲେ ଦୁଇ ଭାଇ ।
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ଭାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବସ୍ତା ଥାନା ବାହାର୍ଦ୍ଦା ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ବାହାର୍ଦ୍ଦା ଗାଁର ଦୁଇ ଭାଇ ନିରଞ୍ଜନ ବେହେରା ଓ ମନୋରଞ୍ଜନ ବେହେରା ମିଶି ଗତକାଲି ମଝିଆ ଭାଇ ଚିତ୍ତରଞ୍ଜନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚିତ୍ତରଞ୍ଜନକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ପରେ ଆକ୍ରମଣକାରୀ ଦୁଇ ଭାଇ ଫେରାର ଅଛନ୍ତି । ବସ୍ତା ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।