ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ଆଉ ତା'ପରେ....

ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ଆଉ ତା'ପରେ....

ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ଆଉ ତା'ପରେ....

ୱାଶିଂଟନ: ଆମେରିକାର ଡଲାସରେ ଏୟାର ଶୋ’ ବେଳେ  ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଏହି ଦୁର୍ଘଟଣାରେ ଏଣିିକି ୬ ଜଣଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି । 

ଟେକ୍ସାସର ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଡଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏହି ଏୟାର ଶୋ’ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ(ୠଇଇ) ସୂଚନା ଦେଇଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିମାନ ଦୁଇଟି ଧକ୍କା ହେବା ପରେ ତଳେ ପଡି ଭୟଙ୍କର ବିସ୍ଫୋରଣ ଘଟୁଥିବା ଦେଖିବାକୁ ମିଳିଛି।