ଭଡ଼ାଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଡ଼ାଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଡ଼ାଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ବଲାଙ୍ଗିର: ଭଡ଼ାଘରୁ ଜଣେ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ସହର ଶାନ୍ତପଡାରେ।। ମୃତ ଛାତ୍ର ଜଣଙ୍କ ସୋନପୁର ଜିଲ୍ଲା ଉଲୁଣ୍ଡା ଗାଁର ରମଣୀକାନ୍ତ କ୍ଷେତୀ ବୋଲି ଜଣାପଡିଛି। ରମଣୀକାନ୍ତ  ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟିର  ପଢ଼ୁଥିଲେ। ସେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।
ରମଣୀକାନ୍ତ ଶାନ୍ତପଡାରେ ଭଡ଼ା ଘରେ ରହୁଥିଲେ। ଗତକାଲି ବିଲମ୍ୱିତ ରାତିରେ ତାଙ୍କ ମୃତଦେହ ରୋଷେଇ ଘରେ ଥିବା ରେଲିଂରେ ଝୁଲିଥିବା ସାଙ୍ଗସାଥୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ରୁମ୍‌ ଭିତରେ ପହଞ୍ଚିଥିଲା, ହେଲେ ମୃତଦେହ ଉଦ୍ଧାର କରି  ନଥିଲା।

ଆଜି ସକାଳେ ରମଣୀକାନ୍ତଙ୍କ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛି।  ପୁଅକୁ  ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି। ପୁଲିସ  ଘଟଣାର ତଦନ୍ତ କରୁଛି।