ରାଜଧାନୀରେ ପୁଣି ଛାତ୍ରୀ ଆତ୍ମହତ୍ୟା

ରାଜଧାନୀରେ ପୁଣି ଛାତ୍ରୀ ଆତ୍ମହତ୍ୟା

ରାଜଧାନୀରେ ପୁଣି ଛାତ୍ରୀ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ବିଟେକ ପାସ୍‌ କରିଥିଲେ।  ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ତାଙ୍କୁ ୨୪ ବର୍ଷ ହୋଇଥିଲା।

ତେବେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି।  ଛାତ୍ରୀଙ୍କ ବାପା ସିଗ୍ନାଲ  ସେକ୍ସନ ଇଞ୍ଜିନିୟର ଭାବେ କାର୍ୟ୍ୟ କରନ୍ତି। ତାଙ୍କ ମା ଜଣେ ଡାକ୍ତର।
ତେବେ ସାନ ଭଉଣୀର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ  ଡାକ୍ତରଖାନା ନେଇ ଯାଇଥିଲେ। ଏହି ସମୟରେ ନିୟତି ଘରେ ଏକୁଟିଆ ରହୁଥିଲେ। ଏହି ସମୟରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।